ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ବଟର – ୧ ଚାମଚ
କାଶ୍ମୀର ଲଙ୍କା ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ଜିରା ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ଅଦା ରସୁଣ ବଟା – ୪ ରୁ ୫ ଚାମଚ
ଦହି – ୩ ଚାମଚ
ଲଙ୍କା ଗୁଣ୍ଡ – ୧ଚାମଚ
ହଳଦୀ ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଲୁଣ – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଟା ମସଲା – ୨ଟି ତେଜପତ୍ର, ଗୋଲମରିଚ, ଜାଇତ୍ରିଫଳ, ଅଳେଇଚ, ଗୁଜୁରାତି, ଲବଙ୍ଗ, ଡ଼ାଲଚିନି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଂସକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ କୁକର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ୨ଟି ତେଜପତ୍ର, ଗୋଲମରିଚ, ଜାଇତ୍ରିଫଳ, ଅଳେଇଚ, ଗୁଜୁରାତି, ଲବଙ୍ଗ, ଡ଼ାଲଚିନି ପକାଇ ଭାଜନ୍ତୁ। ଭାଜିବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ମାଂସ , ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ପାଣି ଦେଇ ୩ ରୁ ୪ଟି ସିଟି ଦିଅନ୍ତୁ। ସିଟି ହେବା ପରେ କୁକରର ଢାଙ୍କୁଣୀ ବାହାର କରି ଦହି , କାଶ୍ମୀର ଲଙ୍କା ଗୁଣ୍ଡ, ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ମିନିଟ ପରେ ଗ୍ୟାସରୁ କାଢି ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏହା ପରେ ଧନିଆ ପତ୍ର , ଅଳ୍ପ ବଟର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ମସଲା ମଟନ।
ବଟର ମସଲା ମଟନ
Popular Categories



