www.samajalive.in
Sunday, December 7, 2025
23.1 C
Bhubaneswar

ଆନ୍ତଃରାଜ୍ୟ ଯାତାୟତ ପାଇଁ ଏସ୍‌ଏମ୍‌ଏସ୍‌ ଓ ଇ-ମେଲ୍‌ରେ ମିଳିବ ‘ଇ-ପାସ୍‌’

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଅଟକି ରହିଥିବା ଲୋକମାନେ ଅନ୍ୟ ରାଜ୍ୟକୁ ଯିବା ପାଇଁ ଇ-ପାସ୍‌ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗ୍ରହୀ ବ୍ୟକ୍ତି https://covid19.odisha.gov.in ପୋର୍ଟାଲରେ ଲଗ୍‌ଇନ୍‌ କରି ବାହାର ରାଜ୍ୟକୁ ଯିବା ପାଇଁ ଆବେଦନ କରିପାରିବେ । ଅନ୍‌ଲାଇନ୍‌ ଅନୁମତି ପରେ ସଂପୃକ୍ତ ବ୍ୟକ୍ତି ଓ ସେ ନେଉଥିବା ଯାନ ସଂପର୍କିତ ତଥ୍ୟାବଳୀ ଉଲ୍ଲେଖ ଥାଇ ଇ-ପାସ୍‌ ପ୍ରଦାନ କରାଯିବ। ଏସ୍‌ଏମ୍‌ଏସ୍‌ ଓ ଇ-ମେଲ୍‌ ମାଧ୍ୟମରେ ଆବେଦନକାରୀଙ୍କୁ ଇ-ପାସ୍‌ ଦିଆଯିବ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ କୋଭିଡ୍‌ ପରୀକ୍ଷଣ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଇଥିଲା। ଫଳ ସ୍ୱରୂପ ଗତକାଲି ସୁଦ୍ଧା ଓଡ଼ିଶାରେ ୫୦,୫୧୪ଟି ନମୁନା ପରୀକ୍ଷା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଧାର୍ୟ୍ୟ ଲକ୍ଷ୍ୟ ଅନୁସାରେ ଆଗାମୀ ଦିନରେ କୋଭିଡ୍‌ ପରୀକ୍ଷଣ ସଂଖ୍ୟା ଦୈନିକ ୧୫,୦୦୦କୁ ବୃଦ୍ଧି କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି।
ଓଡ଼ିଶାରେ ପହଞ୍ଚି ବର୍ଡର ଚେକ୍‌ ପଏଣ୍ଟରୁ ନିଜ ନିଜ ଜିଲ୍ଲାକୁ ଯାଉଥିବା ପ୍ରବାସୀ ଓଡ଼ିଆମାନେ ଯାତ୍ରା ମଝିରେ ବସ୍‌/ଯାନବାହନରୁ ରାସ୍ତାରେ ଓହ୍ଲାଇ ଯାଉଥିବା କାରଣରୁ ଜନସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଏଭଳି ଓହ୍ଲାଇବା କିମ୍ବା ଚଢ଼ିବା ପାଇଁ ବାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ସଂପୃକ୍ତ ବସ୍‌/ଯାନବାହନ ଏବଂ ଚାଳକଙ୍କୁ ଅଟକ ରଖାଯାଇ ଅଧିକ ଅନୁସନ୍ଧାନ ସହିତ ବିହିତ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳ, ମୁନିସିପାଲ୍‌ କମିଶନର, ପୁଲିସ୍‌ କମିଶନର, ଭୁବନେଶ୍ୱର-କଟକ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଅବଗତ କରାଯାଇଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories