www.samajalive.in
Monday, December 8, 2025
24.1 C
Bhubaneswar

ଭିମସାର: ପୁଣି ୪ ବିଭାଗରେ ୫ କରୋନା ପଜିଟିଭ୍‌ ଚିହ୍ନଟ, ଚାଲିଛି କଣ୍ଟାକ୍ଟ ଟ୍ରେସିଂ

ବୁର୍ଲା: ଆଜି ପୁଣି ବୁର୍ଲା ଭିମସାରର ୪ଟି ବିଭାଗରୁ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛି। ପୂର୍ବରୁ ଗତ ୩୧ ତାରିଖରେ ଭିମସାର ଏଚଡିୟୁରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ସଂକ୍ରମିତ ଡାକ୍ତରଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସେହି ଘଟଣାରେ ଅନେକ ଡାକ୍ତର କ୍ବାରେଣ୍ଟାଇନ୍‌ରେ ରହିଛନ୍ତି। ତେବେ ଆଜି ପୁଣି ୪ଟି ବିଭାଗରେ ଚିକିତ୍ସାଧିନ ରହିଥିବା ୫ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭିମସାର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। ଆଜି ଚିହ୍ନଟ କରୋନା ରୋଗୀମାନେ ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାର ବୋଲି ସୁଚନା ମିଳିଛି।
ବୁର୍ଲା ଭିମସାରରେ ପୁଣି ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବାକୁ ଯାଉଛି। ଏକା ସାଙ୍ଗରେ ୪ଟି ବିଭାଗରେ ଚିକିତ୍ସାଧିନ ରହିଥିବା ୫ ଜଣ ରୋଗୀ କରୋନା ସଂକ୍ରମିତ ହୋଇଥିବା ସୁଚନା ମିଳିଛି। ତେବେ ଏହି ୪ଟି ବିଭାଗଗୁଡ଼ିକରୁ କେତେ ଡାକ୍ତର ଏବଂ କର୍ମଚାରୀ କ୍ବାରେଣ୍ଟାଇନ୍‌କୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ କର୍ତ୍ତୃପକ୍ଷ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରଖିଛନ୍ତି।
ଭିମସାରର କର୍ଣ୍ଣ, ନାଶା ଓ ଗଳା ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଉରକେଲା ଅଞ୍ଚଳର(୪୭) ବର୍ଷିୟ ବ୍ୟକ୍ତି ବୋଲି ଜଣାପଡିଛି । ତିନିଦିନ ପୂର୍ବରୁ ଭିମସାରକୁ ଆସିଥିବା ବେଳେ ତାଙ୍କୁ ଗତ ଶୁକ୍ରବାର ଦିନ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। କର୍ଣ୍ଣ, ନାଶା ଓ ଗଳା ବିଭାଗରେ ସମୁଦାୟ ୮ ଜଣ ଡ଼ାକ୍ତର ପ୍ରାରମ୍ଭିକ ଭାବରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଥିବାବେଳେ ଏହାର ତାଲିକା ବୃଦ୍ଧି ପାଇବା ସମ୍ଭାବନା ରହିଛି। ସେହିପରି ଶିଶୁରୋଗ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣେ ଶିଶୁ(୫) ଏବଂ ଭିମସାର କରୋନା ଆଇସୋଲେସନରୁ ଚିହ୍ନଟ ହୋଇଥିବା ଶିଶୁ(ଶିଶୁ) ଉଭୟେ ବରଗଡ ଜିଲ୍ଲାର ବୋଲିଜଣାପଡିଛି। ସେହିପରି ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରୁ ଚିହ୍ନଟ ହୋଇଥିବା ମହିଳା (୩୦) ବର୍ଷିୟ ମହିଳା ରୋଗୀ ଜଣକ ସୁନ୍ଦରଗଡ ଜିଲ୍ଲାରୁ ତିନିଦିନ ତଳେ ଗତ ୬ ତାରିଖରେ ଆସିଥିବା ଜଣାପଡିଛି। ତେବେ ଗତକାଲି ୭ ତାରିଖରେ ମହିଳା ଜଣକ ଧଇଁସଇଁ ହେବା ଫଳରେ ତାଙ୍କୁ କରୋନା ସନ୍ଦେହରେ ତାଙ୍କର ସ୍ୱାବ ସଂଗୃହିତ କରାଯାଇ ପରୀକ୍ଷା ପାଇଁ ଭିମସାରର କୋଭିଡ଼ ପରୀକ୍ଷଣ କେନ୍ଦ୍ରକୁ ପ୍ରେରିତ କରଯାଇଥିବା ବେଳେ ଆଜି ମହିଳା ଜଣକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଗତ ୩ ଦିନ ମଧ୍ୟରେ ମହିଳା ଜଣକ ସ୍ତ୍ରୀ ଓ ପ୍ରସୁତୀ ବିଭାଗରେ ଚିକିତ୍ସାଧୀନ ରହିଥିଲେ। ଏହାପରେ ଛାତି ଓ ସଂକ୍ରମଣ ବିଭାଗରୁ ଚିହ୍ନଟ ହୋଇଥିବା ରୋଗୀ ଜଣକ ଝାରସୁଗୁଡା ଜିଲ୍ଲାରୁ ଆସିଥିବା ଜଣାପଡିଛି। ତେବେ ଏହି ରୋଗି ମାନଙ୍କ ସଂସ୍ପର୍ଶରେ ଆସିଥିବା ବା ହାଇରିକ୍ସରେ ରହିଥିବା ଡାକ୍ତର ଏବଂ କର୍ମଚାରୀମାନେ କ୍ବାରେଣ୍ଟାଇନ୍‌ରେ ଯିବେ ବୋଲି ସୁଚନା ମିଳିଛି। ତେବେ କେଉଁ ବିଭାଗର କେତେଜଣ କୁରାଣ୍ଟାଇନରେ ଯିବେ ତାହା କଣ୍ଟ୍ରାକ୍ଟ ଟ୍ରେସିଂ ପରେ ଜଣାପଡିବ ବୋଲି ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ପୁର୍ବରୁ କର୍କଟରୋଗ ବିଭାଗ, ଏଚଡ଼ିୟୁ ଏବଂ କେନ୍ଦ୍ରିୟ ଆଇସିୟୁରେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହି ସଂକ୍ରମଣ ତାଲିକାରେ ଅନେକ ଡ଼ାକ୍ତର, ସେବିକା ଏବଂ ସ୍ୱାସ୍ଥ୍ୟକର୍ମୀ ରହିଥିବା ସୁଚନା ରହିଛି। ତେବେ ବୁର୍ଲା ଭିମସାରରେ ଗତ ଜୁଲାଇ ମାସ ୧୩ ତାରିଖରୁ କରୋନା ସଂକ୍ରମଣ ଆରମ୍ଭ ହୋଇ ତାଲିକା ୬୨ରେ ପହଞ୍ଚିଥିବା ଦୃଷ୍ଟାନ୍ତ ରହିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories