www.samajalive.in
Monday, December 8, 2025
16.1 C
Bhubaneswar

ନିଜ ଜୀବନକୁ ବଳି ଦେଇ ଯାତ୍ରୀଙ୍କୁ ବଞ୍ଚାଇଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ ପାଇଲଟ ଦୀପକ ସାଠେ

କେରଳର କୋଝିକୋଡ଼ ବିମାନବନ୍ଦରରେ ହୋଇଥିବା ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ହେଁ ଅନୁଭବୀ ପାଇଲଟ୍ ଦୀପକ ସାଠେ ଯାତ୍ରୀମାନଙ୍କ ଜୀବନ ରକ୍ଷା ଲାଗି ନିଜ ଜୀବନ ବଳି ଦେଇଛନ୍ତି । ବିମାନ ଚଳାଚଳରେ ତାଙ୍କର ୩୬ବର୍ଷର ଅନୁଭବ ତାଙ୍କୁ ଏପରି କରିବାକୁ ପ୍ରେରଣା ଯୋଗାଇଛି। ଭାରତୀୟ ବାୟୁ ସେନାର ଅବସରପ୍ରାପ୍ତ ପାଇଲଟ୍ ଦୀପକ ସାଠେ ୬ ବର୍ଷ ତଳେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ । ବିମାନ ଚଳାଚଳ ନେଇ ତାଙ୍କର ପ୍ରଚଣ୍ଡ ଅନୁଭବ ରହିଥିଲା ।

ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିମାନ କୋଝିକୋଡ଼ରେ ଅବତରଣ କରିବା ପୂର୍ବରୁ ତିନିଥର ଚକ୍କର କାଟିଥିଲା । ଯାହା ଫଳରେ ବିମାନରେ ଥିବା ଇନ୍ଧନ ଶେଷ ହୋଇଥିଲା । ପାଇଲଟ୍ ଦୀପକ ପିଚ୍ଛିଳ ରନୱେର ଆକଳନ କରି ସାରିଥିଲେ ଓ ଦୁର୍ଘଟଣା ପୂର୍ବରୁ ଇଞ୍ଜିନ ଅଫ୍ କରି ଦେଇଥିଲେ । ଯାହା ଫଳରେ ଦୁର୍ଘଟଣାଗ୍ରସ୍ତ ହେଲେ ମଧ୍ୟ ବିମାନରେ ନିଆଁ ଲାଗିବ ନାହିଁ । ଯାହା ଫଳରେ ବିମାନ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲେ ହେଁ ଅନ୍ୟମାନଙ୍କ ଜୀବନ ବଞ୍ଚି ପାରିଥିଲା।

- Advertisement -

ଦୀପକ ସାଠେ ଭାରତୀୟ ବାୟୁ ସେନାରେ ୨୧ ବର୍ଷ କାମ କରିଥିଲେ । ତାଙ୍କର ବିମାନ ଚାଳନା ଅଭିଜ୍ଞତାରୁ ସେ ଏହି କାର୍ଯ୍ୟ କରିଥିଲେ । ଯଦି ବିମାନରୁ ଇନ୍ଧନ ଶେଷ ହୋଇ ନ ଥାନ୍ତା କିମ୍ବା ସେ ଇଞ୍ଜିନ ବନ୍ଦ କରି ନ ଥାନ୍ତେ ତେବେ ପରିସ୍ଥିତି ଆହୁରି ଗୁରୁତର ହୋଇଥାଆନ୍ତା ଓ ମୃତ୍ୟୁ ସଂଖ୍ୟା ଶତାଧିକ ହୋଇଥାଆନ୍ତା ବୋଲି ଦୀପକଙ୍କର ଜଣେ ବନ୍ଧୁ ନୀଲେଶ ସାଠେ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଦୀପକ ଜଣେ ଏନଡ଼ିଏ ପାସଆଉଟ ଥିଲେ ଓ ବାୟୁସେନାରେ ତାଙ୍କର ଉତ୍ତମ ସେବା ନିମନ୍ତେ ତାଙ୍କୁ ସ୍ବାର୍ଡ଼ ଅଫ୍ ଅନର ପୁରସ୍କାର ପ୍ରଦାନ କରାଯାଇଥିଲା । 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories