ବରଗଡ଼ କେନାଲ କଡ଼ରେ ଗଢ଼ି ଉଠୁଛି ଦୈନିକ ୯ ମେଗାୱାଟ ବିଶିଷ୍ଟ ଘରୋଇ ପାୱାର ପ୍ଲାଣ୍ଟ

ବୁର୍ଲା: ବର୍ତ୍ତମାନ ବିଜୁଳି ଉତ୍ପାଦନକୁ ସରକାରଙ୍କ ତରଫରୁ ପ୍ରାଧାନ୍ୟ ଦିଆ ଯାଇ ଘରୋଇ ଠିକାସଂସ୍ଥା ମାନଙ୍କୁ ବିଜୁଳି ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ କରାଯାଇ ଅନୁମତି ଦିଆ ଯାଉଥିବା ବେଳେ ସରକାରୀ ସଂସ୍ଥାମାନ ରସାତଳ ଗାମୀ ହେବାକୁ ବସିଲାଣି। ଏହି ସମୟରେ ହାଇଦ୍ରାବାଦ କାକଟିଆ ପ୍ରାଇଭେଟ ଲିମିଟେଡ଼ ନାମକ କମ୍ପାନି ଏକ ପାୱାର ପ୍ଲାଣ୍ଟ ବା ବିଜୁଳି ଉତ୍ପାଦନ କେନ୍ଦ୍ର ବରଗଡ଼ କେନାଲ ଠାରେ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଘରୋଇ ସଂସ୍ଥା କାକଟିଆ ପ୍ରାଇଭେଟ ଲିମିଟେଡ଼ ଦୈନିକ ୯ ମେଗାୱାଟ ବିଜୁଳି ଉତ୍ପାଦନ କରିବାକୁ ଯାଉଛି। ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା କରାଯାଇ ପ୍ରାୟ କିଛିବର୍ଷ ପାଇଁ ବିଜୁଳି ଉତ୍ପାଦନ କରି କୌଣସି ସବସିଡ଼ି ଆକାରରେ କିଛି ବିଜୁଳି ଦେବା ବ୍ୟବସ୍ତା ରହିଛି। ଏଥିନିମିତ୍ତ ଏହି ଉଦ୍ୟୋଗ ତରଫରୁ ଜମି ମାନ କିଣାଯିବା ପାଇଁ ବ୍ୟବସ୍ତା ମଧ୍ୟ ଚାଲିଛି। ଉଦ୍ୟୋଗର ବିଜୁଳି ଉତ୍ପାଦନ କେନ୍ଦ୍ର ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସେଟଅପ୍ ମାନଙ୍କୁ ନିର୍ମାଣ କରା ଚାଲିଥିବା ଦେଖିବାକୁ ମିଳିଛି। ସୁଚନା ଥାଉକି ଗତ ପ୍ରାୟ ୧୫ରୁ ୨୦ ବର୍ଷ ତଳେ ଏହି ହାଇଦ୍ରାବାଦର କାକଟିଆ କମ୍ପାନି ତରଫରୁ ପାୱାର ପ୍ଲାଣ୍ଟ ଏହି ଉକୃଷ୍ଟ ସ୍ତାନରେ ବସା ଯିବା ପାଇଁ ସରକାରଙ୍କ ସହିତ ଆଲୋଚନା ପରେ ଚୁକ୍ତିନାମା ମଧ୍ୟ କରିଥିଲା। ବର୍ତ୍ତମାନ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିଛିମାସ ପରେ କମ୍ପାନି ତରଫରୁ ବିଜୁଳି ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯିବ। ବରଗଡ଼ ହେଡ଼ ରେଗୁଲେଟରରେ ଏହି ବିଜୁଳି ଉତ୍ପାଦନ ପାଇଁ ସେଟଅଫ୍ ବସାଯାଇ ଏହି ଉତ୍ପାଦନ କରାଯିବା ପାଇଁ ଏହି ଘରୋଇ କମ୍ପାନି ସରକାରଙ୍କ ସହିତ କିଛିବର୍ଷର ଚୁକ୍ତିନାମା କରାଯାଇଥିବା ବୁର୍ଲା ମୁଖ୍ୟବନ୍ଧର ନିର୍ବାହି ଯନ୍ତ୍ରୀ ନିରାକାର ବିଶି ସୁଚନା ଦେଇଛନ୍ତି।

kalyan agarbati

Comments are closed.