www.samajalive.in
Monday, December 8, 2025
14.1 C
Bhubaneswar

ବୁର୍ଲା: ସପ୍ତମ ପର୍ଯ୍ୟାୟ ଜଦରଦଖଲ ଉଚ୍ଛେଦରେ ଭାଙ୍ଗିଲା ୨୫ଟି ନିର୍ମାଣ

ବୁର୍ଲା: ବୁର୍ଲା ସହରରେ ଗୋପବନ୍ଧୁ ଛକରୁ ଇନ୍ଦିରା ଛକଦେଇ ପେଟ୍ରୋଲ ପମ୍ପ ଛକକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ କରାଯିବା ପରିପ୍ରେକ୍ଷୀରେ ଗୁରୁବାର ସପ୍ତମ ପର୍ଯ୍ୟାୟ ଜବର ଦଖଲ ଉଚ୍ଛେଦ କରାଯାଇଛି। ଏଥିରେ ପ୍ରାୟ ୨୫ଟି ନିର୍ମାଣକୁ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଏପରିକି ଏହି ଉଚ୍ଛେଦ ସମୟରେ ଏକ କୋଠାରେ ବିଶାଳ ପ୍ରୋକଲିନ ବ୍ୟବହୃତ ହୋଇଥିବା ବେଳେ ପେଟ୍ରୋଲ ପମ୍ପ ଛକ ନିକଟରେ ରହିଥିବା ବହୁତାଲା ନିର୍ମାଣକୁ ଭଙ୍ଗାଯାଇଥିଲା। ତେବେ ଏହି ଛକରେ ୩୦ ମିଟର ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତ କରାଯିବାକୁ ନେଇ କୋଠା ଭଙ୍ଗାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ପ୍ରଭାବିତ ହେଉଥିବା ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିବା ଦେଖିବାକୁ ମିଳିଥିଲା। ତେବେ ନିଜ ନିଜ ପେଟପାଟଣାକୁ ନେଇ ବ୍ୟବସାୟୀ ଚିନ୍ତିତ ରହିଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ମାର୍କେଟ କମ୍ପ୍‌ଲେକ୍ସ ନିର୍ମାଣ କାମ ଅତିଶୀଘ୍ର ଆରମ୍ଭ କରାଯାଇ ଏହି ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବା ପାଇଁ ମହାନଗର ନିଗମ ପକ୍ଷରୁ ତ୍ୱରିତ ପଦକ୍ଷେପ ଉଠାଯିବାକୁ ନେଇ ଆଶାବାନ୍ଧି ବସି ରହିଛନ୍ତି ବ୍ୟବସାୟୀ ମାନେ। ତେବେ ପୁଣି ଘରୋଇ ବସଷ୍ଟାଣ୍ଡ ମଧ୍ୟରେ ରହିଥିବା କେତେକ ନିର୍ମିତ ଦୋକାନକୁ ଭଙ୍ଗା ଯାଇଥିଲା। ଏହା ସହିତ ସମ୍ମୁଖରେ ରହିଥିବା କେତେକ ନିର୍ମାଣର କିଛି ଅଂଶ ସହିତ ବିଷ୍ଣୁମନ୍ଦିର ପଡ଼ାର କିଛି କୋଠାର ସମ୍ମୁଖର କିଛି ଅଂଶକୁ ଭଙ୍ଗାଯାଇଥିବା ଏବଂ କେତେକ ନିର୍ମାଣର ୭ରୁ ୮ ଫୁଟ ପର୍ଯ୍ୟନ୍ତ ଭଙ୍ଗାଯାଇଥିଲା। ତେବେ ଅଗ୍ରାଧିକାର ଭିତ୍ତିରେ ଉଚ୍ଛେଦରେ ପ୍ରଭାବିତ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବା ପରିପେକ୍ଷିରେ ପଦକ୍ଷେପ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ଉଠାଯିବା ପାଇଁ ଦାବୀ ଉପସ୍ଥାପିତ ହେଉଛି। ଏହି ଐତିହାସିକ ଉଚ୍ଛେଦ ବୁର୍ଲା ସହରକୁ ଏକ ଭୁମିକମ୍ପର ରୁପ ଦେଇଥିବା ଦେଖିବାକୁ ମିଳୁଛି ସହର ମଧ୍ୟରେ ଖାଲି ପ ଡ଼ିରହିଛି ଧ୍ୱଂସାବଶେଷ। ସହରର ବ୍ୟବସାୟ ସମ୍ପୁର୍ଣ୍ଣ ଠପ ହୋଇ ରହିଛି। ବର୍ତ୍ତମାନ ସୁଦ୍ଧା କେତେକ ନିର୍ମାଣ ମାନଙ୍କ ତରଫରୁ ରହିତାଦେଶ ରହିଥିବା ପରିପେକ୍ଷିରେ ଉକ୍ତ ନିର୍ମାଣ ମାନଙ୍କୁ ଉଚ୍ଛେଦ କରାଯାଇ ନ ଥିବା ଦେଖିବାକୁ ମିଳିଛି। ସେପଟେ ବର୍ତ୍ତମାନ ମୁଖ୍ୟରାସ୍ତା ଗୋପବନ୍ଧୁ ଛକରୁ ବିବେକାନନ୍ଦ ଛକ ଦେଇ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ବ୍ୟବସାୟୀ ମାନେ ନିଜ ନିଜର ନିର୍ମାଣ ମାନଙ୍କୁ ନିଜ ହାତରେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳୁଛି। ସହର ସାରା ଖାଲଖମା ରାସ୍ତାକୁ ଧ୍ୱଂସବିଧ୍ୱଂସ ମାର୍କେଟ ଲୋକଙ୍କ ପାଇଁ ଏକ ସମ୍ବେଦନଶୀଳ ବିଷୟ ପାଲଟିଛି। ବର୍ତ୍ତମାନ ସହର ୨୦ ବର୍ଷ ପଛକୁ ଚାଲି ଯାଇଥିବା ନେଇ ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ପୂର୍ବରୁ ୯ ମିଟର ରାସ୍ତା ସମ୍ପ୍ରସାରଣ ପାଇଁ ଟେଣ୍ଡର ଚୁଡ଼ାନ୍ତ ହେବା ପରେ ଏହାକୁ ନେଇ ବିରୋଧ କରିବାକୁ ନେଇ ପୁଣି ଏହି ରାସ୍ତା ସମ୍ପ୍ରସାରଣ ରୂପରେଖକୁ ବଦଳାଯାଇ ଏହାକୁ ୨୨ମିଟର ପ୍ରଶସ୍ଥ ପାଇଁ ନିର୍ଦ୍ଦେଶ ଜାରି କରାଯିବା ସହିତ ମୋଡ଼ାଣିରେ ଏହାକୁ ୩୦ମିଟର ପ୍ରଶସ୍ତ ଚୁଡ଼ାନ୍ତ କରାଯାଇଛି ଯାହାକି ସହରର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। ତେବେ ଆଗକୁ ପାର୍ବଣର ଖୁସିଲ ମାହୋଲ ଆସୁଥିବା ଚଳିତ ବର୍ଷ ଏହା ଫିକା ହେବା ଆଶଙ୍କା ସୃଷ୍ଟି କରିଛି। ଗତ ୮ ତାରିଖରେ ୨୧ଟି ନିର୍ମାଣ ଏବଂ ଗତ ୭ ତାରିଖ ଉଚ୍ଛେଦ ପ୍ରକ୍ରିୟାରେ ସମୁଦାୟ ୯୬ଟି ନିର୍ମାଣକୁ ମାଟିରେ ମିଶାଇ ଦିଆ ଯାଇଥିଲା। ମହାନଗର ନିଗମ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ସହିତ ରାଜସ୍ୱ ନିରୀକ୍ଷକ, ମାଜିଷ୍ଟ୍ରେଟ, ପୂର୍ତ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟାପକ ପୁଲିସ ବଳ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରହିଥିଲା। ଗତ ୯ ତାରିଖ ଉଚ୍ଛେଦ ପ୍ରକ୍ରିୟାରେ ୧୩୪ଟି କୋଠା, ଗତ ଅଗଷ୍ଟ ମାସ ୨୩ ତାରିଖରେ ଲକ୍ଷ୍ମୀ ପୂଜା ଛକରୁ ଇନ୍ଦିରା ଛକ ଦେଇ କଚ୍ଚା ମାର୍କେଟ ପର୍ଯ୍ୟନ୍ତ ୮୫ଟି କୋଠା, ପୁର୍ବରୁ ଦୁଇଟି ପର୍ଯ୍ୟାୟ ଅଗଷ୍ଟ ମାସ ୧୧ ତାରିଖରେ ଏବଂ ପରେ ଅଗଷ୍ଟମାସ ୧୬ ତାରିଖରେ ଦୁଇଟି ପର୍ଯ୍ୟାୟରେ ଉଚ୍ଛେଦ ପ୍ରକ୍ରିୟା କରାଯାଇଥିବା ଦେଖିବାକୁ ମିଳିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories