www.samajalive.in
Monday, December 15, 2025
27.1 C
Bhubaneswar

ବୁର୍ଲାରେ ବନ୍ଦର ପ୍ରଭାବ : ରୋଗୀସଂଖ୍ୟା ୭୦ ପ୍ରତିଶତ ହ୍ରାସ

ବୁର୍ଲା : ପଶ୍ଚିମ ଓଡିଶା ବନ୍ଦ ଡାକରାର ପ୍ରଭାବ ଶିକ୍ଷା ତଥା ସ୍ୱାସ୍ଥ୍ୟର ନଗରୀ ବୁର୍ଲା ସହରରେ ମଧ୍ୟ ଦେଖିବାକୁ ମିଳିଛି। ସମ୍ବଲପୁରରେ ହନୁମାନ ଜୟନ୍ତି ସମୟରେ ଶୋଭାଯାତ୍ରା ଉପରେ ପଥରମାଡ଼ ଏବଂ ଜଣେ ହିନ୍ଦୁ ଯୁବକଙ୍କୁ ଏକ ଗୋଷ୍ଠୀ ପକ୍ଷରୁ ହତ୍ୟା କରାଯିବାକୁ ବିରୋଧ କରି ବିଶ୍ୱହିନ୍ଦୁ ପରିଷଦ ସହିତ ବଜରଙ୍ଗ ଦଲ ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ କରାଯିବା ଆଜି ଡ଼ାକରା ଦେଇଥିଲେ। ଏହି ବନ୍ଦକୁ ବୁର୍ଲାବାସୀ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିବା ବେଳେ ସହରକୁ ଅଧିକାଂଶ ମାତ୍ରାରେ ଆସୁଥିବା ରୋଗୀସଂଖ୍ୟାରେ ଅନେକ ହ୍ରାସତା ଦେଖିବାକୁ ମିଳିଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳରେ ମଧ୍ୟ ସମ୍ପୂ ର୍ଣ୍ଣ ବିରାମ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଯେହେତୁ ମଙ୍ଗଳବାର ରାତିରେ ବନ୍ଦ ଡାକରା ଦିଆଯାଇଥିଲା ତେଣୁ କିଛି ଲୋକ ଏଥିରେ ଅବଗତ ହୋଇ ପାରି ନ ଥିଲେ। ଫଳରେ ଆଜି ବୁର୍ଲାରେ ଅନେକ ଲୋକ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପାଇଁ ଯାଇ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ବୁର୍ଲା ସହରରେ ପଶ୍ଚିମ ଓଡିଶାର ପ୍ରମୂଖ ଚିକିତ୍ସାଳୟ ବୁର୍ଲା ଭିମସାର ରହିଥିବାରୁ ଚିକିତ୍ସା ସେବା ପାଇଁ ସମଗ୍ର ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ତଥା ପଡୋଶୀ ରାଜ୍ୟ ମାନଙ୍କୁ ରୋଗୀ ସେବା ପାଇଁ ଆସିଥାନ୍ତି। ବନ୍ଦ ପ୍ରଭାବରେ ଭିମସାରରେ ରୋଗୀଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଉଦ୍ଧ୍ୱର୍ ହ୍ରାସ ପାଇଥିଲା। ଆଜି ଭିମସାରର ସମସ୍ତ ବିଭାଗ ମାନଙ୍କରେ ଖାଁ ଖାଁ ସ୍ଥିତି ଦେଖିବାକୁ ମିଳିଥିଲା। ବିଶେଷକରି ସମ୍ବଲପୁର କର୍ଫ୍ୟୁ ପାଇଁ ମଧ୍ୟ ଭିମସାରକୁ ରୋଗୀଙ୍କ ସଂଖ୍ୟାରେ ହ୍ରାସତା ପରିଲକ୍ଷିତ ହେଉଥିବା ବେଳେ ଆଜି ବନ୍ଦ ଯୋଗୁଁ ସମ୍ପୁର୍ଣ୍ଣ ଭାବରେ ଭିମସାରର ରୋଗୀ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା। ଏପରିକି ସହରର ଅନେକ ଏଟିଏମ ମାନଙ୍କରେ ଟଙ୍କା ସରିଯାଉଥିବା ଯୋଗୁଁ ମଧ୍ୟ ଲୋକେ ହଇରାଣ ହରକତ ହେବା ହୋଇଥିବା ଦେଖିବାକୁ ମିଳିଥିଲା। ମେଡିକାଲକୁ ରୋଗୀ ନେଇ ଆସିଥିବା ଅନେକ ଲୋକ ଖାଇବା ପିଇବା ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏପରିକି ସହରରେ ଔଷଧ ଦୋକାନକୁ ବାଦ ଦେଲେ ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ହୋଟେଲ ଏବଂ ବାକି ସମସ୍ତ ଦୋକାନ ବନ୍ଦ ରହିଥିବାରୁ ଲୋକେ ଅନେକ ସମାସ୍ୟା ଭୋଗ କରିଥିବା ଦେଖିବାକୁ ମିଳିଥିଲା।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories