କରୋନା ଭାଙ୍ଗି ଦେଇଛି ଅଣ୍ଟା: ଭୋକ ଉପାସରେ ହଜାରହଜାର ବୁଣାକାର ପରିବାର

ବଜାର ଅଭାବ, ମିଳୁନାହିଁ ସରକାରୀ ପ୍ରୋତ୍ସାହନ

ନେମାଳ : କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଓଡିଶା ସମଗ୍ର ବିଶ୍ୱରେ ପରିଚିତ। କଟକର ସୁନାରୂପାର ତାରକସୀ କାମ, ପିପିଲିର ଚାନ୍ଦୁଆ, ବୋମକେଇ ପାଟ, ଖୋର୍ଦ୍ଧାର ବାନ୍ଧଶାଢୀ ଓ ସମ୍ବଲପୁରୀ ପାଟକୁ ନେଇ ବିଶ୍ୱ ଦରବାରରେ ଓଡିଶା ସୁନାମ ଅର୍ଜନ କରିଛି। ତେବେ ବିଶ୍ୱ ଦରବାରରେ ଓଡିଶା ଓ ଭାରତର ସମ୍ମାନ ବଢାଇଥିବା ଏହି ହସ୍ତଶିଳ୍ପର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ ଅଛନ୍ତି। ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଏହି କାରିଗରମାନେ ସେମାନଙ୍କ ପରିବାରକୁ ପେଟପୁରା ଖାଦ୍ୟ ଯୋଗାଇପାରୁ ନାହାନ୍ତି। ସବୁପରେ ମଧ୍ୟ ଦୟନୀୟ ଅବସ୍ଥାରେ ଏହି କାରିଗରମାନେ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟକୁ ବଞ୍ଚାଇ ରଖିଛନ୍ତି। ଏପରି ଦୟନୀୟ ଅବସ୍ଥାରେ ନେମାଳ, ମହମ୍ମଦପୁର, ନଗସପୁର, ନରୁଆ, ମଗଳପୁର, ସାନ୍ତପୁର, ବନ୍ଧୁପୁର, ଓରିକଣ୍ଟା, ସୁଧୁଖଣ୍ଡ, ପାଳଦା, ସାହୁକେତ, ପୁରୁଣାହାଟ, ବାବୁଜଗ ଆଦି ଅଞ୍ଚଳରେ ହଜାର ହଜାର ବୁଣାକାର ପରିବାର ବସବାସ କରୁଛନ୍ତି। ଏହି ବୁଣାକାରମାନେ ଅତି ସୁନ୍ଦର ଭାବେ ସୂତା ଓ ବାନ୍ଧଶାଢି, ଲୁଙ୍ଗି, ଗାମୁଛା ଇତ୍ୟାଦି ତିଆରି କରିଥାନ୍ତି ପରନ୍ତୁ ଦୁଃଖର କଥା ଗତ ପ୍ରଳୟଙ୍କାରୀ ବାତ୍ୟା ଓ ବନ୍ୟାରେ ହଜାର ହଜାର ବୁଣାକାର ମାନଙ୍କ ଅର୍ଥିକ ମାନଦଣ୍ଡରେ ଭାଙ୍ଗିପଡିଥିବା ବେଳେ ଏବେ କରୋନା ଭୂତାଣୁ ସଂକ୍ରମଣରେ ସେମାନଙ୍କ ମେରୁଦଣ୍ଡ ସଂପୁର୍ଣ୍ଣ ଦୋହଲି ଯାଇଛି।

ବିଶେଷ କରି ମହମ୍ମପୁର ପଞ୍ଚାୟତରେ ଶତାଧିକ ବୁଣାକାର ପରିବାରମାନେ ନିଜର କୌଳିକ ବୃତିକୁ ବଞ୍ଚାଇ ରଖିଥିବା ବେଳେ ସରକାରଙ୍କ ପକ୍ଷରୁ କୈାଣସି ସହାୟତା ମିଳିପାରୁ ନାହିଁ କି ସେମାନଙ୍କୁ କୌଣସି ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ମହାଜନମାନଙ୍କ ଠାରୁ କରଜ ଆଣି କାର୍ଯ୍ୟ କରୁଥିବା ବେଳେ ବିକ୍ରୟ ସେମାନଙ୍କ ଉତ୍ପଦନ ସାମଗ୍ରୀ କରି ପାରୁ ନାହାନ୍ତି। ସେବେ ସ୍ଥାନୀୟ ତନ୍ତୁବାୟ ସହଯୋଗ ସମିତି କୌଣସି କାର୍ଯ୍ୟରେ ଆସୁନଥିବା ବେଳେ କେବଳ କାଗଜ ପତ୍ରରେ ଚାଲୁଛି ବୋଲି ବୁଣାକାର ମାନେ ମତ ପୋଷଣ କରନ୍ତି। ବିଭିନ୍ନ ଅସୁବିଧାକୁ ପରିଲକ୍ଷିତ କରି ବହୁ ବୁଣାକାର ମାନେ ନିଜର କୈାଳିକ ବୃତ୍ତି ଛାଡ଼ି  ଅନ୍ୟତ୍ର ବାହାର ରାଜ୍ୟରେ ଦାଦନ ଖଟୁଥିବାର ନଜିର ରହିଛି। ସରକାର ବୁଣାକାରମାନଙ୍କ କଲ୍ୟାଣ ନିମନ୍ତେ ବହୁ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ପ୍ରକୃତରେ ଏହି ଯୋଜନାର ସଫଳ ଏମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଫଳରେ ଏହି କାରିଗରମାନେ ଏବେ ବୁଣାକାର ବୃତ୍ତି ଛାଡି ଅନ୍ୟ କାମଧନ୍ଦା କରିବାକୁ ଅନ୍ୟତ୍ର ଯାଉଥିବାର ଦେଖିବାକୁ ମିଳୁଛି। ସବୁପରେବି ମହମ୍ମଦପୁର ଅଞ୍ଚଳରେ ଗଢି ଉଠିଥିବା କେତକ ତନ୍ତୁବାୟ ସହଯୋଗ ସମିତି କେବଳ ନାମକୁ ମାତ୍ର କାଗଜପତ୍ରରେ ଚାଲୁଥିବା ଅଭିଯୋଗ ହୋଇଥିବା ବେଳେ ବହୁ ବୁଣାକାରମାନେ ସମିତି ଉପରୁ ନିଜର ଭରଷା ତୁଟାଇ ଦେଉଛନ୍ତି। ଉକ୍ତ ବୁଣାକାରମାନଙ୍କ ପାଇଁ କୌଣସି ପ୍ରୋତ୍ସହନ ଦିଆଯାଉନଥିବା ବେଳେ ଆସୁଥିବା ଅର୍ଥରାଶି ବାଟମରଣା ହେଉଥିବା ଅଭିଯୋଗ ହୋଇଛି। ସବୁପରେବି ବୁଣାକାରମାନେ ସୂତା ନପାଇ ବୁଣାକାର୍ଯ୍ୟ ବନ୍ଦ କରି ମୁଣ୍ଡରେ ହାତ ଦେଇ ବସିଛନ୍ତି। କେତେକ ବୁଣାକାର କାର୍ଯ୍ୟପନ୍ଥା ଅନ୍ୱେଶଣରେ ଅନ୍ୟତ୍ର ଦାଦନ କଟୁଛନ୍ତି। ତେବେ କେତେକ ସମିତିରେ  ବୁଣାକାର ନିଜର ଗୁଜରଣ ମେଣ୍ଟାଉଥିଲେ ପରନ୍ତୁ ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟାରେ ନିଜନିଜର ତନ୍ତ ସବୁ ଭାଙ୍ଗି ନଷ୍ଟ ହେଇ ଯାଇଥିବାବେଳେ କରୋନା ମାଡରେ ବୁଣାକାର ମାନେ ଧରସାୟି ହୋଇପଡିଛନ୍ତି। ଏବେ କେତକ ତନ୍ତୁବାୟ ସହଯୋଗ ସମିତି ଲିଃର ଗୋଦାମଗୃହ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି। ସରକାର ବୁଣାକାରମାନଚ କଲ୍ୟାଣ ନିମନ୍ତେ ବହୁ ଯୋଜନା କାର୍ଯ୍ୟକାରି କରୁଥିବାବେଳେ ପ୍ରକୃତରେ ଏହି ଯୋଜନାର ସୁଫଳ ଏମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଫଳରେ ଏହି କାରିଗରମାନେ ଏବେ ବୁଣାକାର ବୃତି ଛାଡି ଅନ୍ୟ କାମଧନ୍ଦା କରିବାକୁ ଅନ୍ୟତ୍ର ଜାଉଥିବା ବେଳେ ବୁଣାକାରମାନେ ବହୁ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବାର ଦେଖିବାକୁ ମିଳୁଛି।

ଉକ୍ତ ଘଟଣା ସଂପର୍କରେ ସ୍ଥାନୀୟ ମହମ୍ମଦପୁର ସରପଞ୍ଚ ସରୋଜ କୁମାର ବେହେରାଙ୍କୁ ପଚାରିବାରେ ସେ କୁହନ୍ତି ଆମ ପଞ୍ଚାୟତରେ ପ୍ରାୟ ଶତାଧିକ ବୁଣାକାର ପରିବାର ନିଜର କୌଳିକ ବୃତ୍ତିକୁ ଛାଡି ନାହାନ୍ତି ପରନ୍ତୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନର ଅଭାବ ଓ ପ୍ରଶିକ୍ଷଣ ପାଇଁ ସୁଯୋଗ ଦିଆଯାଉ ନାହିଁ। ଫଳରେ ବହୁ ବୁଣାକାର ମାନେ ସରକାରି ସହାୟତାରୁ ବଞ୍ଚିତ ହେଉଥିବା ବେଳେ ବର୍ତ୍ତମାନ କରୋନା ସଂକ୍ରମଣର ଭୟ ଯୋଗୁ ଦିର୍ଘ ୨ମାସ ହେବ ବଜାରିକରଣ ପାଇଁ ସୁବିଧା ସୁଯୋଗ ପାଉନାହାନ୍ତି କି ସେମାନଙ୍କ ତନ୍ତସମବାୟ ସମିତି କିଛି ବୁଝୁ ନାହିଁ। ସରକାର ସହାୟତା ଯୋଗାଇ ଦେଲେ ବୁଣାକାରମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିପାରିବେ ବୋଲି ସୂଚନା ଦେଇଥିଲେ। ତେବେ ଉକ୍ତ ଇବୁଣାକାରମାନଙ୍କୁ ଥଇଥାନ କରିବା ପାଇଁ  ବୟନଶିଳ୍ପ ନିର୍ଦେଶକ ନଜର ଦେବା ସହିତ ଉକ୍ତ ଅଞ୍ଚଳର ବାଉରୀବନ୍ଧୁ ପାତ୍ର, ପ୍ରଭାସିନି ପାତ୍ର, ସଂଜୟ ପାତ୍ର, ଯୋଗେନ୍ଦ୍ରନାଥ ସାହୁ, ଅଭିମନ୍ୟୁ ପାତ୍ର, ଅନାମ ପାତ୍ର ପ୍ରମୁଖ ସାଧାରଣରେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Comments are closed.