ବୁଲେଟ-ବୋଲେରୋ ଧକ୍କା, ୨ ମୃତ

ଭବାନୀପାଟଣା : ଆଜି ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଛତିଗୁଡ଼ା ଛକରେ ଏକ ବୋଲେରୋ ଏବଂ ବୁଲେଟ ମଧ୍ୟରେ ଧକ୍କା ହୋଇ ଦୁଇ ବୁଲେଟ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ନିକଟସ୍ଥ କିଡିଙ୍ଗ ଗାଁର ଯୁବକ ଜଗତାନନ୍ଦ ଶବର ଏବଂ କପିଳାସ ରାଉତ ବୋଲି ଜଣାପଡିଛି । ଓଆର୦୨ବିଡବ୍ଲୁ ୧୨୯୯ ବୋଲେରୋ ନର୍ଲା ପଟକୁ ଯାଉଥିବାବେଳେ ଏବଂ ବୁଲେଟ ନମ୍ୱର୍ ଓଡି୦୮ ଭି ୬୬୮୯ ଛତିଗୁଡ଼ାରୁ ଖାଏରମାଲକୁ ଆସୁଥିଲା। ବୋଲେରୋ ଚାଳକ ଗୁରୁତର ଅବସ୍ଥାରେ ଏସଆରଏମ ମେଡିକାଲ୍ କଲେଜ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି। ଦୁଇ ମୃତକଙ୍କ ମୃତଦେହକୁ ମଧ୍ୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଛି। ଦୁର୍ଘଟଣା ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.