www.samajalive.in
Tuesday, November 18, 2025
27.1 C
Bhubaneswar

ହୋଲି ପରେ ଏହି ରାଶିମାନେ ହେବେ ମାଲାମାଲ୍‌‌..

ବୁଦ୍ଧିର କାରକ ବୁଧ ଗ୍ରହଙ୍କ ରାଶି ପରିବର୍ତ୍ତନ ହୋଲି ପରେ ହେବାକୁ ଯାଉଛି। ବୁଧ ଗ୍ରହ ୨୬ ମାର୍ଚ୍ଚ ୩ଟା ୦୯ରେ ମେଷ ରାଶିରେ ପ୍ରବେଶ କରିବେ। ଏପ୍ରିଲ ୯ ରାତି ୯ଟା ୨୨ ମିନିଟ୍‌‌ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ। ଏହାପରେ ପୁଣି ମୀନ ରାଶିରେ ପ୍ରବେଶ କରିବେ। ବୁଧଙ୍କ ଏହି ରାଶି ପରିବର୍ତ୍ତନ କାରଣରୁ ହୋଲି ପରେ ୫ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ। ଜାଣନ୍ତୁ..

ବୁଧଙ୍କ ଶୁଭ ପ୍ରଭାବ କାରଣରୁ କର୍ମକ୍ଷେତ୍ରରେ ଉନ୍ନତି ହେବ। ବୁଧ ଜାତକରେ ଶୁଭରେ ରହିଲେ ବ୍ୟକ୍ତିଙ୍କ ବାଣୀ ଓ ନିଷ୍ପତ୍ତି ନେବାର କ୍ଷମତା ଉତ୍ତମ ହୋଇଥାଏ। ସେମାନେ ମଧୁର ବଚନ କହିବା ସହ ସଠିକ୍‌‌ ନିଷ୍ପତ୍ତି ନେଇଥାଆନ୍ତି। ହୋଲି ପରେ ବୁଧ ମେଷ ରାଶିରେ ପ୍ରବେଶ କରିବା ପରେ ମିଥୁନ, କର୍କଟ, ସିଂହ, ଧନୁ ଓ କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ଭାଗ୍ୟରେ ସୁପରିବର୍ତ୍ତନ ହେବ।

- Advertisement -

ମିଥୁନ – ମେଷ ରାଶିରେ ବୁଧ ପ୍ରବେଶ କରିବା ପରେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ବ୍ୟବସାୟରେ ଉନ୍ନତି ହେବ। ସୁବର୍ଣ୍ଣ ସୁଯୋଗ ମିଳିବା ସହ ୨୬ ମାର୍ଚ୍ଚରେ ୯ ଏପ୍ରିଲ ମଧ୍ୟରେ ବଡ ଧରଣର ଉପଲବ୍ଧି ପ୍ରାପ୍ତ ହେବ। ହଠାତ୍‌‌ ଧନ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ପରୀକ୍ଷାରେ ସଫଳତା ମିଳିପାରିବ। ପରିଶ୍ରମ କରିବା ଛାଡନ୍ତୁ ନାହିଁ।

କର୍କଟ – ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ ସୁଖ ଓ ସକରାତ୍ମକ ପ୍ରଭାବ ଆପଣଙ୍କ ଜୀବନରେ ଦେଖାଦେବ। ପଦବୀ, ପ୍ରତିଷ୍ଠା, ଯଶ, କିର୍ତ୍ତି ଓ କର୍ମକ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ନୂତନ ଯାନ କିଣିବାର ସମ୍ଭାବନା ରହିଛି। କାର୍ଯ୍ୟରେ ସଫଳତା ମିଳିବ। ନୂତନ ଚାକିରି କିମ୍ବା ବ୍ୟବସାୟ ପାଇଁ ଉତ୍ତମ ସମୟ ରହିଛି।

ସିଂହ – ବୁଧଙ୍କ କୃପାରୁ ବିଦେଶରେ ଚାକିରି କିମ୍ବା ସେଠାକୁ ଯିବାକୁ ସୁଯୋଗ ପାଇବେ। ଶୁଭ ଖବର ମିଳିବ। ଯେଉଁମାନେ ଚାକିରି କରୁଛନ୍ତି,ସେମାନଙ୍କ କାମ ଉତ୍ତମ ହେବା ସହ ପଦନ୍ନୋତି ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ସଫଳତା ପ୍ରାପ୍ତି ହେବ।

ଧନୁ – ବୁଧ ଗ୍ରହଙ୍କ ରାଶି ପରିବର୍ତ୍ତନ ଧନୁ ରାଶି ପାଇଁ ଶୁଭଙ୍କର। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମରେ ସଫଳତା ସହ ଭାଗ୍ୟରେ ସୁପରିବର୍ତ୍ତନ ହେବ।

କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ବ୍ୟବସାୟ କରୁଥିଲେ, ଉନ୍ନତି ହେବା ସହ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଆମଦାନୀ ବୃଦ୍ଧି ପାଇବ। ବିଦେଶ କମ୍ପାନୀରେ କାମ କରିବାର ସୁଯୋଗ ପାଇବେ।

ଜାତକରେ ବୁଧ ଗ୍ରହ ଦୁର୍ବଳ ଥିଲେ, ବୁଧ ଗ୍ରହଙ୍କ ସକରାତ୍ମକ ପ୍ରଭାବ ପାଇଁ ବୁଧବାର ଦିନ ବ୍ରତ ପାଳନ କରିବା ସହ ପ୍ରଭୁ ଗଣେଶଙ୍କ ପୂଜା କରନ୍ତୁ। ବୁଧବାର ଦିନ ସବୁଜ ପୋଷାକ, ସବୁଜ ଫଳ, କଂସା ବାସନ ଆଦି ଦାନ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିବ।

Hot this week

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

Related Articles

Popular Categories