www.samajalive.in
Monday, December 8, 2025
14.1 C
Bhubaneswar

ଭୋଟ ପାଇଁ ବଜେଟ: କଂଗ୍ରେସ

ନୂଆଦିଲ୍ଲୀ : କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଦ୍ୱାରା ଉପସ୍ଥାପିତ ଅନ୍ତରୀଣ ବଜେଟକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ସମେତ କଂଗ୍ରେସ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟ ପାଇଁ ଏହି ବଜେଟ ପ୍ରସ୍ତୁତ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଶାସନକୁ ଫେରିବା ଆଶାରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଏହି ବଜେଟ ପ୍ରସ୍ତୁତ କରିଛନ୍ତି ବୋଲି ଚିଦମ୍ବରମ କହିଛନ୍ତି। ଏହାଦ୍ୱାରା ଆର୍ଥିକ ସ୍ଥିରତା ନଷ୍ଟ ହେବ ଓ ଅର୍ଥନୀତି ଅଧିକ ଦୁର୍ବଳ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କ୍ରମାଗତ ଭାବେ ଦ୍ୱିତୀୟ ଥର ସରକାର ଆର୍ଥିକ ନିଅଣ୍ଟ ଲକ୍ଷ୍ୟଠୁ ବଳିଯାଇଛନ୍ତି। ତେଣୁ ସରକାର ଏଫଆରବିଏମ୍‍ ଆଇନକୁ ଖୋଲାଖୋଲି ଅବମାନନା କରିଥିବା ସ୍ପଷ୍ଟ ହୋଇଛି। ମନମୋହନ ସିଂହ କହିଛନ୍ତି ଏହା ଭୋଟ ପାଇଁ ବଜେଟ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟ ପ୍ରସ୍ତୁତ କରାଯାଇଛି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ବରିଷ୍ଠ ସାଂସଦ ଶଶୀ ଥରୁର, ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ବଜେଟକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କ ଉପରେ ବର୍ଷିଛନ୍ତି। ଏହି ଯୋଜନାରେ କୃଷକଙ୍କୁ ମାତ୍ର ୧୭ ଟଙ୍କା ଦେବାର ପ୍ରାବଧାନ କୃଷକଙ୍କୁ ଅପମାନ ବୋଲି ସେ କହିଛନ୍ତି। ଶଶୀ ଥରୁର କହିଛନ୍ତି ମଧ୍ୟବର୍ଗର ଲୋକଙ୍କୁ ଆୟକର ଛାଡ଼ ବ୍ୟତୀୟ ଏହି ବଜେଟରେ କିଛି ନାହିଁ। କୃଷକଙ୍କୁ ମିଳୁଥିବା ଆୟ ସହାୟତାକୁ ୬ ହଜାର ଟଙ୍କାରୁ କମାଇ ମାସକୁ ୫୦୦ ଟଙ୍କା କରିଦଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories