www.samajalive.in
Tuesday, December 9, 2025
26.1 C
Bhubaneswar

ବଜେଟରେ ନାରୀ ଶକ୍ତିର ବିକାଶ ଉପରେ ଗୁରୁତ୍ୱ, ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାରେ ୨୦୨୪-୨୫ ଆଥ#ର୍କ ବର୍ଷ ନିମନ୍ତେ ବଜେଟ ଆଗତ ହୋଇଛିା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ୨୦୨୪- ୨୫ ଆର୍ଥିକ ବର୍ଷ ନିମନ୍ତେ ଉପସ୍ଥାପିତ କରିଥିବା ଏହି ବଜେଟରେ ଓଡ଼ିଶାର ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତିା ମହିଳା ଓ ଶିଶୁ ବିକାଶ ନିମନ୍ତେ ଚଳିତ ବଜେଟ୍ରେ ବ୍ୟୟ ଅଟକଳ ତିନିଗୁଣା ବୃଦ୍ଧି କରାଯାଇଛିା ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଛନ୍ତି।  ଶ୍ରୀମତୀ ପରିଡ଼ା ବଜେଟକୁ ପ୍ରଶଂସା କରି ଏହା ଏକ ସ୍ୱାଗତଯୋଗ୍ୟ ବଜେଟ୍ ବୋଲି ଉଲ୍ଲେଖ କରିଛନ୍ତି।

ବଜେଟ ଉପରେ ମତାମତ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଚଳିତ ବଜେଟରେ ଓଡ଼ିଆ ଅସ୍ମିତା, ଅନ୍ନଦାତା (କୃଷକ), ନାରୀ ଶକ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛିା ଏହି ବଜେଟ୍ରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦେଇ ବହୁ ନୂଆ ଯୋଜନାକୁ ଉପସ୍ଥାପନ କରିଛନ୍ତିା ମହିଳା ସଶକ୍ତିକରଣ, ଆର୍ଥିକ ସ୍ୱାଧୀନତା ଓ ଉଦ୍ୟୋଗ ବିକାଶ ନିମନ୍ତେ “ସୁଭଦ୍ରା’ ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତିା ଚଳିତ ବଜେଟରେ ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ “ଲକ୍ଷପତି ଦିଦି’ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛିା ପ୍ରଧାନ ମନ୍ତ୍ରୀ ମାତୃବନ୍ଦନା ଯୋଜନା, ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା, ଯଶୋଦା ଯୋଜନା, ମିଶନ ଶକ୍ତି କାର୍ଯ୍ୟକ୍ରମ, ପୋଷଣ ଅଭିଯାନ ଓ ଅଙ୍ଗନବାଡ଼ି ସେବା ପରି ଲୋକାଭିମୁଖୀ ଯୋଜନାଗୁଡ଼ିକର ଗୁରୁତ୍ୱ ଉପଲବ୍ଧି କରି ଏହାର କାର୍ଯ୍ୟକାରିତା ଓ ସଫଳ ରୂପାୟନ ନିମନ୍ତେ ବଜେଟ୍ରେ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଥିବାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏହାକୁ ସ୍ୱାଗତ କରିଛନ୍ତି।

- Advertisement -

ପର୍ଯ୍ୟଟନ କ୍ଷେତ୍ରର ସାମଗି୍ରକ ବିକାଶ ଲକ୍ଷ୍ୟ ନେଇ ପର୍ଯ୍ୟଟନ ଆବାସର ବିକାଶର ଓ ପରିଚାଳନା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ପର୍ଯ୍ୟଟନ ସୂଚନା ଓ ପ୍ରସାର ନିମନ୍ତେ ବଜେଟ୍ରେ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତିା ୨୦୨୪-୨୫ ନିମନ୍ତେ ଉପସ୍ଥାପିତ ବଜେଟକୁ ସ୍ୱାଗତ କରିବା ସହ ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଉନ୍ନତି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଶା ବ୍ୟକ୍ତ କରିଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories