www.samajalive.in
Monday, December 8, 2025
16.1 C
Bhubaneswar

ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମଠକୁ ଫେରିଯାଆନ୍ତୁ : ମାୟାବତୀ

ଲକ୍ଷ୍ମୌ : ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ସ୍ଥିତି ରହିଥିବା ବେଳେ ବଳରାମପୁରରୁ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଯାହା ଉତ୍ତରପ୍ରଦେଶ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ଏପରି ଘଟଣାକୁ ଦେଇ  ବହୁଜନ ସମାଜ ପାର୍ଟିର ସଭାପତି ମାୟାବତୀ ଉତ୍ତରପ୍ରଦେଶ ସରକାର ଉପରେ ବର୍ଷିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ।

ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ କହିଛନ୍ତି ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶକୁ ସମ୍ଭାଳି ପାରୁନାହାନ୍ତି । ଯୋଗୀଙ୍କ ସରକାରଙ୍କ ଅଧିନରେ ୟୁପିର ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ପଡିଛି । ରାଜ୍ୟରେ ଅପରାଧୀ, ମାଫିଆ ଏବଂ ବଳାତ୍କାରୀ ମୁକ୍ତ ଭାବରେ ବୁଲୁଛନ୍ତି । ଯୋଗୀ ଆଦିତ୍ୟନାଥ ଯଦି ରାଜ୍ୟର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ଅଟନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମଠକୁ ଫେରିଯାଆନ୍ତୁ ବୋଲି ମାୟାବତୀ କହିଛନ୍ତି ।

- Advertisement -

ମାୟାବତୀ କହିଛନ୍ତି ହାଥରସ ଗଣଦୁଷ୍କର୍ମ ଘଟଣାରେ ଯୋଗୀ ସରକାର ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି  ଆଶା କରିଥିଲି । କିନ୍ତୁ ସେ ଘଟଣା ପରେ ପରେ ବଳରାମପୁରରେ ପୁଣି ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଲା । ଏହା ଦର୍ଶାଉଛି ଯୋଗୀ ସରକାର ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ । ୟୁପିରେ ବର୍ତ୍ତମାନ ମହିଳାଙ୍କ ପ୍ରତି କୌଣସି ଅପରାଧ ବିନା ଗୋଟିଏ ଦିନ ମଧ୍ୟ ବିତୁନାହିଁ । ଯଦି ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିପାରନ୍ତି ନାହିଁ ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍। ସେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଅସମର୍ଥ । ଏଣୁ ତାଙ୍କୁ ଅନୁରୋଧ କରୁଛି ଯେ ସେ ଇସ୍ତଫା ଦେଇ ତାଙ୍କ ଗୋରଖନାଥ ମଠକୁ ଫେରିଯାଆନ୍ତୁ ବୋଲି ମାୟାବତୀ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories