
ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ବିଏସଏନଏଲ୍ : ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ସହ ସବୁ ସୁବିଧା..

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର ଆଣିଛି ବିଏସଏନଏଲ । ବିଏସଏନଏଲ ବଜେଟ୍ରେ ଏକ ଜବରଦସ୍ତ ପ୍ଲାନ୍ ଆଣିଛି । ଏହି ପ୍ଲାନ୍ରେ ବିଏସଏନଏଲ ଆଣିଛି ଜବରଦସ୍ତ ଅଫର୍ । ଏହାର ସମୟସୀମା ଠାରୁ ଆରମ୍ଭ କରି ଡାଟା ପ୍ରତି କମ୍ପାନୀ ବିଶେଷ ଧ୍ୟାନ ଦେଇଛି । ଏହି ପ୍ଲାନ୍ ବିଷୟରେ ସବିଶେଷ ଜାଣନ୍ତୁ..
ବିଏସଏନଏଲ ଏହି ପ୍ଲାନ୍ ବିଷୟରେ ସୋସିଆଲ ମିଡିଆରେ ‘ଏକ୍ସ’ରେ ସୂଚନା ଦେଇଛି । ଏହି ପ୍ଲାନ୍ରେ ଗ୍ରାହକଙ୍କୁ ୩୦ ଦିନ ସମୟସୀମା ମିଳିବ । ଏହା ବ୍ୟତୀତ ଏହି ପ୍ଲାନ୍ରେ ଗ୍ରାହକଙ୍କୁ ପ୍ରତ୍ୟେକ ଦିନ ୩ ଜିିବି ହାଇ ସ୍ପିଡ୍ ଡାଟା ମିଳିବ । ଅର୍ଥାତ୍ ସମ୍ପୂର୍ଣ୍ଣ ପ୍ଲାନ୍ରେ ଗ୍ରାହକଙ୍କୁ ମୋଟ ୯୦ ଜିବିି ଡାଟା ମିଳିବ । ୩୦ ଦିନ ପର୍ଯ୍ୟନ୍ତ ଅସୀମିତ କଲିଙ୍ଗ୍, ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମଧ୍ୟ ଏହି ରିଚାର୍ଜ ପ୍ଲାନ୍ରେ ଗ୍ରାହକଙ୍କୁ ମିଳିବ । ଏହି ପ୍ଲାନ୍ର ଦାମ୍ ହେଉଛି ୨୯୯ ଟଙ୍କା ।
ଜୁନ୍ରେ ଗ୍ରହଙ୍କ ବଡ ସଂଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍, କିଣିବେ ଘର, ଗାଡି..
କିଛି ମାସ ହେବ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ପ୍ଲାନ୍ ଆଣୁଛି । କମ୍ପାନୀ ପ୍ରାୟ ୪୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନଲେ୍କୁ ଉପଭୋକ୍ତାଙ୍କୁ ମାଗଣାରେ ସେବା ପ୍ରଦାନ କରିବାକୁ ଯାଉଛି । ରିଚାର୍ଜ ପ୍ଲାନ୍ରେ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦିଆଯିବ । ଏହି ସେବାର ନାମ BSNLBi TV ।
ଏହା ପୂର୍ବରୁ ବିଏସଏନଏଲ ନିଜ ଏକ୍ସ ଆକାଉଣ୍ଟରେ ଆଉ ଏକ ପ୍ଲାନ୍ ବିଷୟରେ ମଧ୍ୟ ଜଣାଇଛି । ଯେଉଁମାନେ ୮୪ ଦିନ ସମୟସୀମା ପର୍ଯ୍ୟନ୍ତ ରିଚାର୍ଜ ପ୍ଲାନ୍ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ପ୍ଲାନ୍ ଉତ୍ତମ । ଏହି ପ୍ଲାନ୍ର ଦାମ୍ କେବଳ ୫୯୯ ଟଙ୍କା । ଏଥିରେ ପ୍ରତ୍ୟେକ ଦିନ ୩ ଜିବିି ଡାଟା ସହ ଅସୀମିତ କଲିଙ୍ଗ୍ ସହ ୧୦୦ ଏସଏମଏସ ସୁବିଧା ମିଳିବ । ଏହି ପ୍ଲାନ୍ରେ ପ୍ରାୟ ୨୫୨ଜିବି ଡାଟା ମିଳିବ ।
Comments are closed.