ସୀମା ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ସୀମା ସୁରକ୍ଷା ବାହିନୀ(ବିଏସଏଫ)ର ବରିଷ୍ଠ ଅଧିକାରୀ ମାନେ ବୁଧବାର ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କ୍ୟାମ୍ପ ପରିଦର୍ଶନ କରିବା ସହ ସ୍ଥାନୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ବରିଷ୍ଠ ଅଧିକାରୀମାନେ ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ଓ କୋଏରମାଣ୍ଡୁ ପଞ୍ଚାୟତ କଲମପଡାଠାରେ ନୂତନ ଭାବେ ସ୍ଥାପିତ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ମାଓ ସମସ୍ୟା ଓ ଅନ୍ୟାନ୍ୟ ବିଷୟରେ  ଆଲୋଚନା କରିଥିଲେ।
ଏହି ବରିଷ୍ଠ ଅଧିକାରୀ ଦଳରେ ଅତିରିକ୍ତ ମହା ନିର୍ଦ୍ଦେଶକ ଅନୁରାଗ ଗର୍ଗ, ଆଇଜି ଧନେଶ୍ୱର କୁମାର ଶର୍ମା, ଡିଆଇଜି ବିପୁଳ ବୀର ଗୋସାଇଁ, କମାଣ୍ଡାଣ୍ଟ ରଜନୀଶ କୁମାର ସାମିଲ ଥିଲେ। ଅଧିକାରୀ ମାନେ ଫୁଲବାଣୀ ହେଲିକପ୍ଟର ଯୋଗେ ଆସି ଫୁଲବାଣୀ ରିଜର୍ଭ ପଡିଆଠାରେ ଓହ୍ଲାଇବା ପରେ ଗୋଚ୍ଛାପଡା ଅଭିମୂଖେ ଗସ୍ତ କରିଥିଲେ। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ମାଓ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାରେ ନୂତନ ଭାବେ ତିନୋଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଛି।

Comments are closed.