ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଙ୍ଗୁନପଦର ଠାରେ ଥିବା ବିଏସଏଫ କ୍ୟାମ୍ପ ପକ୍ଷରୁ ସୁମେରବନ୍ଧ ଠାରେ ଏକ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି। ସହକାରୀ କମାଣ୍ଡାଣ୍ଟ ଶମ୍ଭୁ ବୈଦ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ ସୁଶିଳା କହଁର, ଓ୍ବ।ର୍ଡ ମେମ୍ବର ରବୀନ୍ଦ୍ର କହଁରଙ୍କ ସମେତ ବିଏସଏଫ ଅଧିକାରୀ ଓ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନିକଟସ୍ଥ ଡାମଙ୍ଗପଥର, ବାଇଡିପଦର ଓ ମିଙ୍ଗୁନପଦର ଗ୍ରାମର୨୦୮ ଜଣ ଗ୍ରାମବାସୀଙ୍କୁ ପୋଷାକ, ବାସନକୁସନ ଖେଳ ସାମଗ୍ରୀ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଗ୍ରାମବାସୀ ଓ ସୁରକ୍ଷା ବାହିନୀ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଓ ଉତ୍ତମ ବୁଝାମଣା ସୃଷ୍ଟି ପାଇଁ ବିଭିନ୍ନ ସ୍ଥାନରେଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବିଏସଏଫ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଇତି ମଧ୍ୟରେ ତିନୋଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଛି । ମାଓ ସମସ୍ୟାକୁ ପ୍ରତିହତ କରିବା ସହ ସୁରକ୍ଷା ବାହିନୀ ତରଫରୁ ଏସବୁ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକଳାପର ମଧ୍ୟ ଆୟୋଜନ କରାଯାଉଛି।
Comments are closed.