www.samajalive.in
Monday, December 15, 2025
24.1 C
Bhubaneswar

ଏସ୍‌ସିବି ମେଡିକାଲ ପରୀକ୍ଷାଗାରରେ ବ୍ୟାପକ ଅବ୍ୟବସ୍ଥା: ଧାଡ଼ିରେ ରୋଗୀ, ଭିତରେ ଦଲାଲ

କଟକ: କଟକ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳୁଛି ବ୍ୟାପକ ଅବ୍ୟବସ୍ଥା। ରୋଗୀ ପରିବର୍ତ୍ତେ ଦଲାଲମାନଙ୍କୁ ଏଠାରେ ଦିଆଯାଉଛି ପ୍ରାଥମିକତା। ବିଶେଷ କରି ବିଭିନ୍ନ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ରଞ୍ଜନରଶ୍ମି ବିଭାଗରେ ଅଲଟ୍ରାସାଉଣ୍ଡରେ ଅବ୍ୟବସ୍ଥାକୁ ନେଇ ଶନିବାର ମେଡ଼ିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ରୋଗୀ ସମ୍ପର୍କୀୟ ମେଡ଼ିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧୀକ୍ଷକଙ୍କୁ ଭେଟି ଅସୁବିଧା ସଂକ୍ରାନ୍ତରେ ଜଣାଇଥିଲେ। ସମସ୍ୟାର ସମାଧାନ ପାଇଁ ଅଧୀକ୍ଷକ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏସ୍‌ସିବିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ଶତାଧିକ ରୋଗୀ
ଆସୁଛନ୍ତି। କିଛି ରୋଗୀ ଆଉଟ୍‌ଡୋରରେ ଚିକିତ୍ସା କରାଇବା ପରେ ଘରକୁ ଫେରିଯାଉଥିବା ବେଳେ ଅନେକ ରୋଗୀ ଇନ୍‌ଡୋର ତଥା ବିଭିନ୍ନ ୱାର୍ଡ଼ରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏସସିବି ମେଡ଼ିକାଲରେ ଆଉଟ୍‌ଡୋର ଓ ଇନଡୋରରେ ଦେଖୁଥିବା ଡାକ୍ତର ରୋଗୀଙ୍କୁ କୌଣସି ପରୀକ୍ଷା କରାଇବାକୁ କହିଲେ ଡାକ୍ତରଖାନାରେ ଥିବା ପରୀକ୍ଷା କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଇନ୍‌ଡୋର ଓ ଆଉଟ୍‌ଡୋର ରୋଗୀଙ୍କ ପରୀକ୍ଷା ଗୋଟିଏ ସ୍ଥାନରେ ହେଉଥିବାରୁ ପ୍ରବଳ ଭିଡ଼ ହେବା ସହ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ଏପରିକି ଘଣ୍ଟାଘଣ୍ଟା ଧରି ରୋଗୀ ଓ ସମ୍ପର୍କୀୟଙ୍କୁ ଧାଡ଼ିରେ ଛିଡା ହେବାକୁ ପଡ଼ୁଛି। ଏପରିସ୍ଥଳେ ମେଡ଼ିକାଲ ପରିସରରେ ଦଲାଲମାନେ ମଧ୍ୟ ସକ୍ରିୟ ରହିଥିବା ଅଭିଯୋଗ ହୋଇଛି। ସେମାନେ ଅର୍ଥ ନେଇ ଲାଇନ୍‌ ବାହାରେ ଥିବା ରୋଗୀଙ୍କୁ ପ୍ରଥମେ ପରୀକ୍ଷା କରାଇ ନେଉଛନ୍ତି। ଫଳରେ ଧାଡ଼ିରେ ଥିବା ରୋଗୀର ଅପେକ୍ଷା ସମୟ ବହୁ ଗୁଣିତ ହେଉଛି।

ଶନିବାର କେତେକ ରୋଗୀ ମୂତ୍ରରୋଗ ବିଭାଗର ଡାକ୍ତରଙ୍କ ଚିଠା ମୁତାବକ ଅଲଟ୍ରାସାଉଣ୍ଡ କରିବା ଲାଗି ଧାଡ଼ିରେ ଛିଡା ହୋଇଥିଲେ। ମାତ୍ର ୮୦ ଜଣଙ୍କ ପରେ ପରୀକ୍ଷା କେନ୍ଦ୍ରକୁ ବନ୍ଦ କରିଦିଆଯାଇଥିଲା। ଦୈନିକ ୧୩୦ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରିବାର ନିୟମ ରହିଛି। ମାତ୍ର ଏଠାରେ ମନଇଚ୍ଛା ପରୀକ୍ଷା କେନ୍ଦ୍ର ବନ୍ଦ କରିଦିଆଯାଉଥିବା ଅଭିଯୋଗ ହେଉଛି। ଫଳରେ ଧାଡିରେ ଥିବା ବହୁ ରୋଗୀ ପରୀକ୍ଷା କରିବାକୁ ବଞ୍ଚିତ ହେଉଛନ୍ତି। ପରଦିନ ଅନ୍ୟରୋଗୀଙ୍କୁ ପ୍ରାଥମିକତା ଦିଆଯାଇ ପରୀକ୍ଷା କରାଯାଉଛି। ଯେଉଁମାନେ ବଳି ପଡ଼ିୁଛନ୍ତି ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏପରି କି ଅଲଟ୍ରାସାଉଣ୍ଡ ଲାଗି ରୋଗୀ ଧାଡ଼ିରେ ଅପେକ୍ଷା କରିଥିବା ବେଳେ କିଛି ବାହାର ବ୍ୟକ୍ତି ଆସି ସିଧାସଳଖ ପରୀକ୍ଷା କରୁଥିବା ରୋଗୀ ସମ୍ପର୍କୀୟମାନେ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ। ସେହିପରି ଚକ୍ଷୁ ବିଭାଗ ସମ୍ମୁଖରେ ଥିବା ରକ୍ତ ପରୀକ୍ଷା କେନ୍ଦ୍ରରେ ମଧ୍ୟ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠିଛି। ସମସ୍ତ ଅଭିଯୋଗ ଉପରେ ଗୁରୁତ୍ବ ଦିଆଯିବା ସହ ଯଥାଶୀଘ୍ର ସମସ୍ୟାର ସମାଧାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧୀକ୍ଷକ ପ୍ରତିଶ୍ରୁତି ଦେଇଥିଲେ।

- Advertisement -

ପ୍ରକାଶଥାଉ କି, ଏସ୍‌ସିବିକୁ ଦେଶର ଏକ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ଭାବେ ଗଢ଼ିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏମ୍‌ସ ପ୍ଲସର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମାତ୍ର ଏସସିବି ପରି ବୃହତ୍ତର ଚିକିତ୍ସା ପ୍ରତିଷ୍ଠାନରେ ରୋଗୀ ମୌଳିକ ସେବା ପାଇବାରୁ ବଞ୍ଚିତ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି କି ରୋଗୀଙ୍କ ଲାଗି ଆବଶ୍ୟକ ପରୀକ୍ଷା କେନ୍ଦ୍ର ନ ରହିବା ଏବଂ ଏହାକୁ ଠିକ୍‌ ଭାବେ ପରିଚାଳନା କରା ନ ଯିବାକୁ ନେଇ ରୋଗୀ ଓ ସମ୍ପର୍କୀୟ ଦୁର୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ସରକାର ଏଥିପ୍ରତି ଗୁରୁତ୍ବ ଦେବା ସହ ସମାଧାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories