www.samajalive.in
Sunday, December 7, 2025
23.1 C
Bhubaneswar

କୃଷି ଆନ୍ଦୋଳନକୁ ଭାରତ-ପାକିସ୍ତାନ ପ୍ରସଙ୍ଗ ଦର୍ଶାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ସଂସଦରେ ବୁଧବାର ଭାରତରେ ଚାଲିଥିବା କୃଷି ଆନ୍ଦୋଳନ ପ୍ରସଙ୍ଗ ଉଠିଥିଲା। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ମନ୍ତବ୍ୟ ଗୃହର ସଦସ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବ୍ରିଟେନ୍‌ର ହାଉସ୍‌ ଅଫ୍‌ କମନ୍ସରେ କୃଷି ଆନ୍ଦୋଳନ ଉଠିବା କ୍ଷଣି ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ ଏହାକୁ ଭାରତ ଏବଂ ପାକିସ୍ତାନ ପ୍ରସଙ୍ଗ ବୋଲି କହିଥିଲେ। ଏହି ପ୍ରସଙ୍ଗକୁ ଦୁଇ ସରକାରଙ୍କୁ ସମାଧାନ କରିବାକୁ ପଡ଼ିବ ବୋଲି ଜନ୍‌ସନ କହିଥିଲେ।

ସୂଚନା ଅନୁସାରେ, ଲେବର ପାର୍ଟିର ବ୍ରିଟିଶ ସିଖ୍‌ ସାଂସଦ ତନମନଜିତ୍‌ ସିଂହ ଘେସୀ ଭାରତରେ କୃଷକମାନଙ୍କ ଦ୍ବାରା କରାଯାଉଥିବା ବିକ୍ଷୋଭ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜନ୍‌ସନଙ୍କୁ ପ୍ରଶ୍ନ କରିଥିଲେ। ଘେସୀ କହିଥିଲେ, ଭାରତରେ ପଞ୍ଜାବ ଏବଂ ଅନ୍ୟାନ୍ୟ ପ୍ରାନ୍ତର କୃଷକମାନେ ଶାନ୍ତିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରିବାକୁ ଯବାନମାନଙ୍କୁ ଆଦେଶ ଦିଆଯାଉଛି।

- Advertisement -

ଯେଉଁ ଯବାନଙ୍କୁ କୃଷକମାନେ ଖାଦ୍ୟ ଖୁଆଉଛନ୍ତି, ସେମାନଙ୍କୁ ମାଡ଼ ମରାଯାଉଛି। ଏହାର ଭିଡିଓ ଦେଖି ମୁଁ ଭୟଭୀତ ହୋଇପଡ଼ିଛି। ଆମର ଚିନ୍ତା ବିଷୟରେ ଆପଣ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ କି ବୋଲି ଘେଷୀ ଜନ୍‌ସନଙ୍କୁ ପ୍ରଶ୍ନ କରିଥିଲେ।

ଏହି ପ୍ରଶ୍ନର ଉତ୍ତର ଦେଇ ଜନ୍‌ସନ କହିଥିଲେ, ଗୃହର ଅଧ୍ୟକ୍ଷ ଏବଂ ମାନନୀୟ ସମସ୍ୟମାନେ ଆମ ବିଚାରକୁ ଭଲ ଭାବେ ଜାଣିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯାହା କିଛି ବି ହେଉଛି, ତାହାକୁ ନେଇ ଆମର ଗମ୍ଭୀର ଚିନ୍ତା ରହିଛି। କିନ୍ତୁ ଏହି ସମସ୍ୟା ଉକ୍ତ ଦୁଇ ଦେଶର ସରକାରଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଜରିଆରେ ସମାଧାନ ହୋଇପାରିବ।

ଜନ୍‌ସନଙ୍କ ଏହି ଉତ୍ତରରେ ଘେସୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଆଚମ୍ବିତ ହୋଇଥିଲେ। ଘେସୀ ତତ୍କାଳ ଏକ ଟ୍ବିଟ୍‌ କରିଥିଲେ। ଟ୍ବିଟ୍‌ରେ ସେ ଆଶ୍ଚର୍ଯ୍ୟ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ଙ୍କୁ ଏହା ବି ଜଣାନାହିଁ ଯେ ସେ କେଉଁ ବିଷୟରେ ଉତ୍ତର ଦେଉଛନ୍ତି ବୋଲି ଲେଖିଥିଲେ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories