www.samajalive.in
Friday, December 5, 2025
17.1 C
Bhubaneswar

ସିଂଘୁ ସୀମାରେ ବିଷ ପିଇଲେ ଚାଷୀ, ହସ୍ପିଟାଲରେ ଆଖି ବୁଜିଲେ; ଦେଢ଼ ମାସରେ ପ୍ରାଣ ହରାଇଲେଣି ୫୭ କୃଷକ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ପ୍ରାୟ ଦେଢ଼ ମାସ ହେଲା ଆନ୍ଦୋଳନ ଚଳାଇଛନ୍ତି। ଏହା ମଧ୍ୟରେ ଅନେକ ଚାଷୀଙ୍କ ମୃତ୍ୟୁ ହୋଇସାରିଲାଣି। ଶନିବାର ସିଂଘୁ ସୀମାରେ ଜଣେ ୪୦ ବର୍ଷୀୟ ଚାଷୀ ବିଷ ପିଇଦେଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ସେ ଆଖି ବୁଜିଛନ୍ତି। ମୃତକ ଚାଷୀ ହେଲେ ପଞ୍ଜାବର ଅମରିନ୍ଦର ସିଂହ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫୭ ଚାଷୀ ପ୍ରାଣ ହରାଇଥିବା ସୂଚନା ମିଳିଛି।

- Advertisement -

ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ସମୟରେ ବର୍ତ୍ତମାନ ସୁଦ୍ଧା ଅନେକ ଚାଷୀ ପ୍ରାଣ ହରାଇଛନ୍ତି। କିଛି ଚାଷୀ ଅତ୍ୟଧିକ ଥଣ୍ଡା ସହ୍ୟ କରି ନ ପାରି ଆଖିବୁଜିଥିବା ବେଳେ ଆଉ କିଛି ଚାଷୀ ଆତ୍ମହତ୍ୟା କରିଛନ୍ତି। ଗତ ଜାନୁୟାରୀ ୩ରେ ଟିକରି ଏବଂ କୁଣ୍ଡଳୀ ସୀମାରେ ବିକ୍ଷୋଭ କରଉଥିବା ୨ ଚାଷୀଙ୍କର ମୃତ୍ୟୁ ଘଟିଥିଲା। ମୃତକ ଚାଷୀ ହେଲେ ଜଗବୀର ସିଂହ ଏବଂ କୁଲବୀର ସିଂହ।

କୃଷକଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆନ୍ଦୋଳନ ସମୟରେ ଏକାଧିକ ଚାଷୀଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରିୟଙ୍କା ଚିନ୍ତା ବ୍ୟକ୍ତ କରିଛନ୍ତି। ମୋଦୀ ସରକାର କୃଷକଙ୍କ ଦାବି ଶୁଣୁ ନ ଥିବାରୁ ସରକାର ଅସମ୍ବେଦନଶୀଳ ବୋଲି ସେ କହିଛନ୍ତି।

ପ୍ରିୟଙ୍କା ଟ୍ବିଟ୍‌ କରି କହିଥିଲେ, ଥଣ୍ଡା ପାଗରେ ଦିଲ୍ଲୀ ସୀମାରେ ବସିଥିବା କୃଷକ ଭାଇମାନଙ୍କ ମୃତ୍ୟୁ ଖବର ବିଚଳିତ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୫୭ ଚାଷୀଙ୍କ ଜୀବନ ଗଲାଣି। ଶତାଧିକ ଚାଷୀ ରୋଗାକ୍ରାନ୍ତ ହୋଇପଡ଼ିଛନ୍ତି। ନ୍ୟାଯ୍ୟ ଦାବି ପାଇଁ ଲଢ଼େଇ କରୁଥିବା ଚାଷୀଙ୍କ କଥା ସରକାର ନ ଶୁଣି ଘୋର ଅସମ୍ବେଦନଶୀଳତାର ପରିଚୟ ଦେଉଛନ୍ତି ବୋଲି ପ୍ରିୟଙ୍କା କହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories