www.samajalive.in
Saturday, December 6, 2025
14.1 C
Bhubaneswar

ଜନଜାତି ସଂଗ୍ରହାଳୟ ଭର୍ଚୁଆଲ୍‌ ଟୁର୍‌, ଏଥର ପର୍ଯ୍ୟଟକ ଦେଖିପାରିବେ ଜନଜାତିଙ୍କ କେଶବିନ୍ୟାସ

ଭୁବନେଶ୍ୱର: ଏଥର ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟର ଜନଜାତିଙ୍କ କେଶ ବିନ୍ୟାସ ସମ୍ପର୍କରେ ଜନଜାତି ସଂଗ୍ରହାଳୟ ପକ୍ଷରୁ ଭର୍ଚୁଆଲ୍‌ ଟୁର୍‌ ମାଧ୍ୟମରେ ପ୍ରଦର୍ଶନ କରାଯିବା ନେଇ ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଭର୍ଚୁଆଲ୍‌ ଟୁରରେ ରାଜ୍ୟ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରି ଓଡ଼ିଶାର ବିଭିନ୍ନ ଜନଜାତିଙ୍କ ପାରମ୍ପରିକ କେଶବିନ୍ୟାସ ଶୈଳୀ ଦେଖିପାରିବେ। ଓଡ଼ିଶାର ବିଭିନ୍ନ ଜନଜାତିମାନେ କିଭଳି ସେମାନଙ୍କର କେଶ ସଜାଇଥାନ୍ତି ଓ କେଶ ବିନ୍ୟାସ କରିଥାନ୍ତି ତାହା ଏଥର ଜନଜାତି ସଂଗ୍ରହାଳୟ ଭର୍ଚୁଆଲ୍‌ ଟୁର୍‌ରେ ପ୍ରଦର୍ଶନ କରାଯିବ। ରବିବାର ଅର୍ଥାତ୍‌ ଜାନୁଆରୀ ୧୦ ତାରିଖରେ ପର୍ଯ୍ୟଟକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ସେଥିରୁ ଜନଜାତିଙ୍କ କେଶବିନ୍ୟାସ ସମ୍ପର୍କରେ ଅନେକ ତଥ୍ୟ ଜାଣିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଯେ ଓଡ଼ିଶାରେ ବସବାସ କରୁଥିବା ବିଭିନ୍ନ ଜନଜାତିମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଶୈଳୀରେ ନିଜର କେଶବିନ୍ୟାସ କରିଥାନ୍ତି। ଲମ୍ବାକେଶ ସାଙ୍ଗକୁ ଖୋସା ସେମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବୋଲି ଜନଜାତିମାନେ ବିଶ୍ବାସ ରଖନ୍ତି। ଡଙ୍ଗରିଆ କନ୍ଧ ଜନଜାତି ପୁରୁଷ ଓ ମହିଳାମାନେ ସେମାନଙ୍କର ଲମ୍ବା କେଶକୁ କ୍ଲିପ୍‌, ଫୁଲ ଓ ପିନ୍‌ ଦେଇ ସଜାଇଥାନ୍ତି। ଅନେକଗୁଡ଼ିଏ ପିନ୍‌ ସହାୟତାରେ ସେମାନେ ମୁଣ୍ଡରେ ପାରମ୍ପରିକ ‘ଖୋସା’ ତିଆରି କରିଥାନ୍ତି। କଇଁଚି ଆକୃତିର ହେୟାରପିନ୍‌ ‘ସିପ୍‌ନା’କୁ ସେମାନେ ମୁଣ୍ଡ ‘ଖୋସା’ ସଜାଇବାରେ ବ୍ୟବହାର କରିଥାନ୍ତି। ସେହିପରି ‘ଖୋସା’କୁ ଠିକ୍‌ ଭାବରେ ରଖିବା ପାଇଁ ମୁଣ୍ଡକଣ୍ଟାମାନ ଲଗାଇଥାନ୍ତି।

- Advertisement -

ଲାଞ୍ଜିଆ ସଉରା ମହିଳାମାନେ ସମାନ ଭାବେ ସେମାନଙ୍କର କେଶଶୈଳୀକୁ ସଜାଇଥାନ୍ତି। ବେକର ଉପରଭାଗରେ ଚଟକା ‘ଖୋସା’ ତିଆରି କରିଥାନ୍ତି। ଏହାକୁ ଦୁଇ କାନ ପଛ ଦେଇ ଏକ ଚେନ୍‌ରେ ସୁରକ୍ଷିତ କରାଯାଇଥାଏ। ଆଉ ମଧ୍ୟ ଏକ ଲମ୍ବା ମୁଣ୍ଡପିନ୍‌ ବ୍ୟବହାର କରାଯାଏ। ଏହାକୁ ସେମାନେ କେଶର ଶୋଭାବର୍ଦ୍ଧନ ସହିତ ଆତ୍ମରକ୍ଷା ନିମନ୍ତେ ବ୍ୟବହାର କରିଥାନ୍ତି। ସେମାନେ ଖୋସାରେ ମଧ୍ୟ ପତ୍ରର ନଳ ଖୋସିଥାନ୍ତି।

ସାନ୍ତାଳମାନେ ରୂପା କାରୁକାର୍ଯ୍ୟ ହୋଇଥିବା ବଡ଼ ହେୟାରପିନ୍‌ ବ୍ୟବହାର କରିଥାନ୍ତି। ମୁଣ୍ଡର ପଛ ଭାଗରେ ଟାଇଟ୍‌ ଭାବେ ବନ୍ଧା ଯାଇଥିବା ଖୋସାରେ ସେମାନେ ଏହି ପିନ୍‌ ବ୍ୟବହାର କରିଥାନ୍ତି। କୁଟିଆ କନ୍ଧ ମହିଳାମାନେ ସେମାନଙ୍କର କେଶକୁ ସୁନ୍ଦର ଭାବେ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାରର ଛୋଟଛୋଟ ହେୟାରପିନ୍‌, ପାନିଆ ଓ ଚେନ୍‌ ବ୍ୟବହାର କରିଥାନ୍ତି। ସେହିଭଳି ଦିଦାୟୀ ଜନଜାତିମାନେ ସେମାନଙ୍କର କେଶରେ ସୁନ୍ଦର ‘ଖୋସା’ ଓ ନାକଚଣା ପିନ୍ଧି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି। ଅନ୍ୟାନ୍ୟ ଜନଜାତି ଗୋଷ୍ଠୀ ଯଥା-ଖରିଆ, ପାଉଡ଼ିଭୂୟାଁ ଓ ଧରୁଆ ଜନଜାତିମାନେ ସେମାନଙ୍କର କେଶ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାରର ହେୟାରପିନ୍‌ ବ୍ୟବହାର କରିଥାନ୍ତି ବୋଲି ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories