www.samajalive.in
Saturday, December 6, 2025
14.1 C
Bhubaneswar

ଜିଲ୍ଲାସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଆୟୋଜିତ

ମୋହନା: ମୋହନା ବ୍ଳକ ଅନ୍ତର୍ଗତ ଶୁଖିଲା ଆମ୍ବ ଛକ ସକାଳ ସ୍ଵେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅଣ୍ଡାଦିଆ କୁକୁଡ଼ା ପାଳନ କରିଥିବା ହିତାଧିକାରୀମାନଙ୍କର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ.ଶ୍ରୀନିବାସ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

ମୁଖ୍ୟ ପ୍ରଶିକ୍ଷକ ଭାବେ ଡଃ.ଅଭିଜିତ ମିଶ୍ର ଓ ଡଃ. ରଶ୍ମୀରଂଜନ ଦାଶ ଯୋଗଦେଇ ଉପସ୍ଥିତ ୧୬ ଜଣ ସ୍ଵୟଂ ସହାୟିକା ଦଳର ମହିଳାଙ୍କୁ ଓ ୪ଜଣ ପୁରୁଷଙ୍କୁ ଦକ୍ଷତା ବୃଦ୍ଧି ସଂପର୍କରେ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସମାପନ ପରେ ଅଞ୍ଚଳରେ ରହିଥିବା ସଫଳ କୁକୁଡ଼ା ଚାଷୀଙ୍କ ଫାର୍ମକୁ କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ଏହି ତାଲିମ ଶିବିରକୁ ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ବିରେନ୍ଦ୍ର ପଣ୍ଡା ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡଃ. ରଶ୍ମୀତା ପଣ୍ଡା ପରିଚାଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories