www.samajalive.in
Saturday, December 6, 2025
15.1 C
Bhubaneswar

ଜି-୭ ଶିଖର ସମ୍ମିଳନୀ ପାଇଁ ମୋଦୀଙ୍କୁ ଆମନ୍ତ୍ରଣ କଲା ବ୍ରିଟେନ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରିଟେନ ଆମନ୍ତ୍ରଣ କରିଛି। ଆଗାମୀ ଜୁନରେ କର୍ଣ୍ଣୱାଲରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ମୁକ୍ତ ବାଣିଜ୍ୟ ଭଳି ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବା ଲାଗି ବ୍ରିଟେନ ଆମନ୍ତ୍ରଣ କରିଛି। ତେବେ ଏହା ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ଶନ ଭାରତ ଗସ୍ତରେ ଆସିପାରନ୍ତି।

- Advertisement -

କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇ ବ୍ରିଟେନ ପକ୍ଷରୁ କୁହାଯାଇଛି ଯେ, ବିଶ୍ବର ଫାର୍ମାସୀ ରୂପେ ଭାରତ ବିଶ୍ବକୁ ୫୦ ପ୍ରତିଶତରୁ ଅଧିକ ଟିକା ଯୋଗାଣ କରିଛି। ବ୍ରିଟେନ ଏବଂ ଭାରତ କରୋନା ବିରୋଧରେ ମିଳିତ ହୋଇ କାମ କରିଛନ୍ତି। ବୋରିସ ଜନଶନ ମୋଦୀଙ୍କ ସହ ଲଗାତାର କଥା ହେଉଛନ୍ତି। ଜନଶନ କହିଛନ୍ତି, ଜି-୭ ଶିଖର ସମ୍ମିଳନୀ ପୂର୍ବରୁ ସେ ଭାରତ ଗସ୍ତ କରିବେ।

ସୂଚନାଯୋଗ୍ୟ, ଜି-୭ ବିଶ୍ବର ସବୁଠୁ ଅଧିକ ବିକଶିତ ଅର୍ଥବ୍ୟବସ୍ଥା ଥିବା ଦେଶର ଏକ ଗୋଷ୍ଠୀ। ଏଥିରେ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ସାମିଲ ଅଛନ୍ତି। ଏହାକୁ ଗ୍ରୁପ ଅଫ ସେଭେନ ବି କୁହାଯାଏ। ଆରମ୍ଭରୁ ଏହା ୬ଟି ଦେଶକୁ ନେଇ ଏକ ଗୋଷ୍ଠୀ ଥିଲା। ୧୯୭୫ରେ ଏହାର ପ୍ରଥମ ବୈଠକ ବସିଥିଲା। କିନ୍ତୁ ବର୍ଷକ ପରେ ଅର୍ଥାତ ୧୯୭୬ରେ ଏହି ଗୋଷ୍ଠୀରେ କାନାଡ଼ା ସାମିଲ ହୋଇଥିଲା। ପ୍ରତି ସଦସ୍ୟ ରାଷ୍ଟ୍ର ପର୍ଯ୍ୟାୟକ୍ରମେ ଏହି ଗୋଷ୍ଠୀରେ ଅଧ୍ୟକ୍ଷତା କରିବା ସହିତ ସମ୍ମିଳନୀର ଆୟୋଜନ କରିଥାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories