www.samajalive.in
Saturday, December 6, 2025
23.1 C
Bhubaneswar

୧ କୋଟି ଟଙ୍କା ଲାଞ୍ଚ ନେବାବେଳେ ରେଲୱେ ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ୧ କୋଟି ଟଙ୍କା ଲାଞ୍ଚ ନେବା ବେଳେ ରେଲୱେର ଜଣେ ବରିଷ୍ଠ ଅଧିକାରୀ ମହେନ୍ଦ୍ର ସିଂହ ଚୌହ୍ବାନଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ୧୯୮୫ ବ୍ୟାଚ୍‌ର ଅଧିକାରୀ ମହେନ୍ଦ୍ରଙ୍କ ସମେତ ଅନ୍ୟ ୨ ଜଣଙ୍କୁ ବି ସିବିଆଇ ଏହି ମାମଲାରେ ଗିରଫ କରିଛି। ସେମାନଙ୍କଠାରୁ ୧ କୋଟି ଟଙ୍କା ଜବତ ହୋଇଛି।

କୋଟିଏ ଟଙ୍କା ଲାଞ୍ଚ ନେଇ ଜଣେ ରେଲୱେ ଅଧିକାରୀ ଗିରଫ  ହେବା ଏକ ବଡ଼ ଘଟଣା। ଗିରଫ ହୋଇଥିବା ଅଧିକାରୀ ମହେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ରେଲୱେଜ୍‌ରେ ଏକ କମ୍ପାନୀକୁ କାମ ଦେବା ଲାଗି ଲାଞ୍ଚ ମାଗିଥିଲେ। ଲାଞ୍ଚ ଟଙ୍କା ନେବାବେଳେ ଆଜି ସିବିଆଇ ତାଙ୍କୁ ଗିରଫ କରିଛି। ଏହା ସହିତ ସିବିଆଇ ପକ୍ଷରୁ ୨୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

- Advertisement -

ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ମହେନ୍ଦ୍ରଙ୍କ ନାମରେ ଲାଞ୍ଚ ନେଉଥିଲେ। ସୂଚନା ଅନୁସାରେ, ମହେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ରେଳପଥରେ କାମ ଦେବା ଲାଗି ଏକ କମ୍ପାନୀଠାରୁ ୧ କୋଟି ଟଙ୍କା ଲାଞ୍ଚ ଦାବି କରିଥିବା ଖବର ମିଳିଥିଲା। ଏହା ପରେ ସିବିଆଇ ପକ୍ଷରୁ ମହେନ୍ଦ୍ରଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିବା ଲାଗି ଜାଲ ବିଛାଯାଇଥିଲା। ଯୋଜନା ଅନୁସାରେ ଆଜି ମହେନ୍ଦ୍ରଙ୍କ ତରଫରୁ ଦୁଇ ଜଣ ବ୍ୟକ୍ତି ଲାଞ୍ଚ ଟଙ୍କା ନେଉଥିବାବେଳେ ସିବିଆଇ ଅଧିକାରୀମାନେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories