www.samajalive.in
Saturday, December 6, 2025
14.1 C
Bhubaneswar

କାଜୁବଗିଚାରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ନନ୍ଦା ହାଣ୍ଡିବ୍ଳକ୍ ନରସିଂହ ଗୁଡା ଗ୍ରାମର କାଜୁ ବଗିଚାରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିଛି ଏବଂ ସେ ହେଉଛନ୍ତି ନରସିଂହଗୁଡା ଗ୍ରାମର ସନୁ ଜାନୀଙ୍କ ପୁଅ ଦିବାକର ଜାନୀ(୨୨)। ମୃତ ଯୁବକ ହେଉଛନ୍ତି ଜଣେ ଶ୍ରମିକ। ପରିବାର ବର୍ଗ କହିବାନୁଯାୟୀ ଗତକାଲି କାମ ସାରି ରାତି ୮ଟାରେ ଘରକୁ ଫେରି ଥିଲେ। ରାତିରେ ଖାଇସାରିବା ପରେ ଘରୁ ବାହାରକୁ ଚାଲିଯାଇଥିଲେ। ଦିବାକର ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇନ ଥିଲେ।

 

- Advertisement -

ଆଜି ସକାଳ ୬ଟାରେ ଗ୍ରାମବାସୀମାନେ ସଉଚ କରିବାକୁ ଯାଇଥିବା ସମୟରେ ଗ୍ରାମର ଏକ କାଜୁ ବଗିଚାରେ ଝୁଲନ୍ତା ଅବସ୍ଥାରେ ଦିବାକରଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀମାନେ ଦିବାକରଙ୍କ ପରିବାର ବର୍ଗଙ୍କୁ ଓ ତେନ୍ତୁଳି ଖୁଣ୍ଟି ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତେନ୍ତୁଳି ଖୁଣ୍ଟି ଥାନା ଅଧିକାରୀ ଘଟଣାସ୍ଥଳକୁ ଆସି ମୃତଦେହ ଉଦ୍ଧାର କରିଥିଲେ ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଦିବାକର ଜାନୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବା ପରେ ସେଠାରେ ଝୁଲାଇ ଦେଇଛି ତା’ର ତଦନ୍ତ ଚାଲିଛି ବୋଲି ଖୁଣ୍ଟିତାନା ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories