ନୀଳକଣ୍ଠେଶ୍ୱର କ୍ଲବ ପକ୍ଷରୁ ରକ୍ତଦାନ ଶିବିର

ବେଗୁନିଆ : ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ଦିନିଆରୀ ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବାବା ନୀଳକଣ୍ଠେଶ୍ୱର ଯୁବ ପରିଷଦ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରୁ ମୋଟ ୧୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ପ୍ରତିମା ପ୍ରଧାନ ,ସମାଜସେବୀ ବାସୁଦେବ ବେହେରା,ଅନୁଷ୍ଠାନର ସଭାପତି ପ୍ରତାପ କୁମାର ଦାସ, ଉପସଭାପତି ଦ୍ଵାରିକା ନାଥ ଦାସ, ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା,ସହ ସମ୍ପାଦକ ଦୁର୍ଗା ପ୍ରସାଦ ମହାଭୋଇ, ସହ ସଂଯୋଜକ ବିଷ୍ଣୁ ପ୍ରସାଦ ତ୍ରିପାଠୀ ଓ ଜୟନ୍ତ ବେହେରା ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଓଡିଶା ରକ୍ତଭଣ୍ଡାର ଖୋର୍ଦ୍ଧାର ଡାକ୍ତର ମଧୁସୂଦନ ସୁବୁଦ୍ଧି, ଲାବ୍‌ ଟେକ୍ନିସିଆନ ଅରୁଣ କୁମାର ସାହୁ, ଝୁନୁଲତା ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।

Comments are closed.