www.samajalive.in
Saturday, December 6, 2025
26.1 C
Bhubaneswar

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ରାସ୍ତାରୋକ

ଗୁଣୁପୁର :  ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା। ମିଲରର୍ସଙ୍କ ମନମାନି। ଏଭଳି ସ୍ଥିତିରେ ହନ୍ତସନ୍ତ ଚାଷୀ। ଶେଷରେ ଆଜି ବାଧ୍ୟହୋଇ ରାସ୍ତା ଅବରୋଧ କରିଥିଲେ ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ କୁଜେନ୍ଦ୍ରୀ ଠାରେ ଥିବା ଧାନ ମଣ୍ଡିରେ।

ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଉଚିତ ମୂଲ୍ୟରେ ନିଜର ଅମଳ ଫସଲକୁ ବିକ୍ରୟ କରିପାରିବେ ସେଥିପାଇଁ ଖୋଲା ଯାଇଛି ବିଭିନ୍ନ ମଣ୍ଡି। ହେଲେ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ମିଲରର୍ସଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ। ମଣ୍ଡିରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଫସଲ ନଷ୍ଟ ହେଉଥିବା, ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଏହା ସାଙ୍ଗକୁ ଧାନର ଗୁଣବତ୍ତା କୁ ଆଳ କରି ବ୍ୟାପକ କଟନୀଛଟନୀ କରାଯାଉଥିବା,ପରିବହନ ବାବଦୀୟ ଖର୍ଚ୍ଚ ମିଳୁନଥିବା ଅଭିଯୋଗ ହୋଇଛି।

- Advertisement -

ଫଳରେ ଆଜି ଏଠାକାର ଚାଷୀ ଗୁଣୁପୁର-ରମାନଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଗୁଣୁପୁର ପୁଲିସ, ଉପଖଣ୍ଡ ଯୋଗାଣ ଅଧିକାରୀ, ସମବାୟ ଓ ନିୟନ୍ତ୍ରିତ ବଜାର ସମିତି କର୍ମକର୍ତ୍ତା ପ୍ରମୁଖ ପହଞ୍ଚି ଦୀର୍ଘ ସମୟ ଚାଷୀ ଓ ମିଳର୍ସଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories