www.samajalive.in
Friday, December 5, 2025
17.1 C
Bhubaneswar

ଶ୍ରୀମନ୍ଦିର ପରିସରରେ ସ୍ୱତନ୍ତ୍ର ସ୍ତନ୍ୟପାନ ଗୃହ କାର୍ଯ୍ୟକ୍ଷମ

ପୁରୀ :ଶ୍ରୀମନ୍ଦିର ପରିସରରେ ଶିଶୁ ଓ ମା’ମାନଙ୍କ ସକାଶେ ଶିଶୁ ସ୍ତନ୍ୟପାନ ଗୃହ ସୋମବାର ଠାରୁ କାର୍ଯ୍ୟକ୍ଷମ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତଙ୍କ ସହିତ ସାଥୀରେ ଶିଶୁ ଆସିଥାନ୍ତି। ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଅନେକ ଦିନରୁ ଯୋଜନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ତଳେ ଶୀତତାପ ନିୟନ୍ତ୍ରିତ ଏକ ଗୃହରେ ଏକକାଳୀନ ୪ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରିବାର ବ୍ୟବସ୍ଥା ହୋଇଛି। ମା’ମାନଙ୍କୁ ସହାୟତା କରିବା ପାଇଁ ୨ ମହିଳା ଜେଟିପିଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ସ୍ୱାଗତ କରିଛନ୍ତି। ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ମଧ୍ୟ ସ୍ତନ୍ୟପାନ ଗୃହର ଆବଶ୍ୟକତା ରହିଛି ବୋଲି ଭକ୍ତ କହିଛନ୍ତି। ପ୍ରକାଶ ଥାଉକି, ଏହି ସ୍ତନ୍ୟପାନ ଗୃହରେ ମେଡିକାଲ ଟିମ୍ ମୁତୟନ ହୋଇଥିବା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories