www.samajalive.in
Monday, December 15, 2025
14.1 C
Bhubaneswar

ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ରାସ୍ତା ଯନ୍ତ୍ରଣା; ଜଙ୍ଗଲ ରାସ୍ତାରେ ଗର୍ଭବତୀଙ୍କୁ ୫କିମି ଦୋଳାରେ ବୋହିଲେ

ପୋଲସରା, ୧ା୯(ନି.ପ୍ର): ଜଣେ ଗର୍ଭବତୀଙ୍କୁ ଜଙ୍ଗଲ ରାସ୍ତାରେ ୫ କିଲୋମିଟର ପର୍ଯ୍ୟନ୍ତ ଟର୍ଚ୍ଚ ଓ ମୋବାଇଲ ଆଲୁଅରେ ଦୋଳା କରି ନିଆଯିବା ଘଟଣା ଆଲୋଚନାର ବିଷୟ ହୋଇଛି। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ କାଞ୍ଚରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ପଞ୍ଚାୟତ କାଞ୍ଚରା ଗ୍ରାମର ରଞ୍ଜିତ ଶବରଙ୍କ ଗର୍ଭବତୀ ସ୍ତ୍ରୀ ରୀନା ଶବରଙ୍କ ରବିବାର ରାତି ୧୦ଟା ସମୟରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଫଳରେ ପରିବାର ଲୋକମାନେ ତାଙ୍କୁ ପାଣ୍ଡିରିପଡା ଚିକିତ୍ସା କେନ୍ଦ୍ରକୁ ନେବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କାଞ୍ଚରାରୁ ପାଣ୍ଡିରିପଡ଼ା ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଯାନ ଗ୍ରାମକୁ ଆସିପାରିଲା ନାହିଁ। ଶେଷରେ ପରିବାର ଲୋକ ଓ ଗ୍ରାମବାସୀ ଦୋଳା କରି ରୀନାଙ୍କୁ ଅନ୍ଧାର ରାତିରେ ଟର୍ଚ୍ଚ ଓ ମୋବାଇଲ ଆଲୁଅ ସହାୟତାରେ ୫ କିଲୋମିଟର ରାସ୍ତା ଚାଲିଚାଲି ପାଲାବା ଗ୍ରାମ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଅଟୋ କରି ପାଣ୍ଡିରିପଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ରୀନା ଶବର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ମାତ୍ର ୨୦/୨୨ କିଲୋମିଟର ଦୂରରେ ଥିବା ଏହି ଆଦିବାସୀ ଗ୍ରାମ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ନିର୍ବାଚନମଣ୍ଡଳୀରେ ଆସୁଛି। ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଲେ ଗଁାକୁ ରାସ୍ତା ହୋଇପାରନ୍ତା ବୋଲି ଗ୍ରାମବାସୀ ଆଶା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories