ଓଡ଼ିଶା ବନ୍ଦର ନୀତିକୁ ମଞ୍ଜୁରୀ, ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଓଡ଼ିଶା ବନ୍ଦର ନୀତି ୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ନୀତିରେ ସାମୁଦ୍ରିକ ସଂରଞ୍ଚନାର ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହିତ ଏଥିରେ ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହି ନୂଆ ନୀତି ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାକୁ ଥିବାବେଳେ ବନ୍ଦର ଓ ବନ୍ଦର ସମ୍ପର୍କୀତ ଶିଳ୍ପ ସମୁହର ମଧ୍ୟ ବିକାଶ କରିବ। ସାମୁଦ୍ରିକ ପର୍ଯ୍ୟଟନ ଓ ବହୁମୁଖୀ ଜେଟି ଆଦିକୁ ବି ପ୍ରୋତ୍ସାହିତ କରିବ ବୋଲି ସୂଚନା ଦିଆଯାଇଛି।
Comments are closed.