ସ୍ୱଦେଶରେ ବ୍ରାଜିଲ୍ ଦଳକୁ ଭବ୍ୟ ସ୍ୱାଗତ
ରିଓ ଡି’ ଜେନେରୋ : ରୁଷିଆରେ ଖେଳାଯାଉଥିବା ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଛି ବ୍ରାଜିଲ୍। କ୍ୱାର୍ଟର ଫାଇନାଲରେ ବ୍ରାଜିଲ୍କୁ ପରାସ୍ତ କରିଥିଲା ବେଲ୍ଜିୟମ। ବିଶ୍ୱକପ୍ରୁ ବାଦ୍ ପଡ଼ିଥିବା ବ୍ରାଜିଲ୍ ଦଳର ଖେଳାଳିମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ସେମାନଙ୍କୁ ରିଓ ଡି’ ଜେନେରା ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରେ ଶହଶହ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହି ଖେଳାଳିଙ୍କୁ ସ୍ୱାଗତ କରିଥିଲେ। ବିମାନରୁ ଓହ୍ଲାଇ ଖେଳାଳିମାନେ ବିମାନବନ୍ଦରକୁ ପ୍ରବେଶ କରିବା ପରେ ଅପେକ୍ଷାରତ ପ୍ରଶଂସକମାନେ ସେମାନଙ୍କ ନାମ ଧରି ଡାକ ପକାଇଥିଲେ। କେସ୍ମିରୋ ଓ କ୍ୟୁଟିନୋଙ୍କ ସହ ପ୍ରଶଂସକମାନେ କରମର୍ଦ୍ଦନ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ। ତେବେ ବ୍ରାଜିଲ୍ର ତାରକା ଷ୍ଟ୍ରାଇକର ନିଏମାରଙ୍କୁ ଦେଖିବାକୁ ମିଳିନଥିଲା। ଦଳର ପ୍ରଶିକ୍ଷକ ଟିଟେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଥିଲେ ବିଶ୍ୱକପ୍ରୁ ବାଦ୍ ପଡ଼ିବା ସତ୍ତ୍ବେ ଖେଳାଳିଙ୍କ ନିମନ୍ତେ ପ୍ରଶଂସକଙ୍କ ଭଲ ପାଇବା ତାଙ୍କୁ ଅଭିହିତ କରିଛି। ବ୍ରାଜିଲବାସୀ ଫୁଟବଲକୁ କେତେ ପସନ୍ଦ କରନ୍ତି ତାହା ଏହି ବିଷୟରୁ ସ୍ପଷ୍ଟ। ନିଜ ଭବିଷ୍ୟତ ସଂପର୍କରେ ସେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ଟିଟେ ସ୍ପଷ୍ଟ କରିବା ସହ ଏଥିପାଇଁ ତାଙ୍କୁ କିଛି ସମୟ ଲାଗିବ ବୋଲି କହିଛନ୍ତି।