www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ରହ୍ମୋସ୍‌ ପାଇଁ ୧୭୦୦ କୋଟିର ଚୁକ୍ତି

ନୂଆଦିଲ୍ଲୀ : ଯୁଦ୍ଧପୋତରେ ଅଧିକ ସଂଖ୍ୟକ ବ୍ରହ୍ମୋସ କ୍ଷେପଣାସ୍ତ୍ର ମୁତୟନ ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ବ୍ରହ୍ମୋସ ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ ସଂସ୍ଥା ସହ ୧୭୦୦ କୋଟି ଟଙ୍କାର ଚୁକ୍ତି ହୋଇଛି।
ଯୁଦ୍ଧପୋତରେ ଅଧିକ ସଂଖ୍ୟକ ବ୍ରହ୍ମୋସ କ୍ଷେପଣାସ୍ତ୍ର ମୁତୟନ କରାଯିବା ଫଳରେ ନୌସେନାର ଶକ୍ତି ବୃଦ୍ଧି ପାଇବ ଏବଂ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରି କ୍ଷେପଣାସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଭାରତର ଦକ୍ଷତା ବୃଦ୍ଧି ପାଇବ ବୋଲି ପ୍ରତିରକ୍ଷା ବିଭାଗର ଜନୈକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶବ୍ଦ ଠାରୁ ୩ଗୁଣା ଅଧିକ ଗତିରେ ଗତି କରିପାରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ର ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ। ଚଳିତଥରକୁ ମିଶାଇ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ୩୮ହଜାର କୋଟିର ଚୁକ୍ତି କରି ସାରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ମୂଳରୁ ୨୯୦ କିମି ରହିଥିବା ବେଳେ ଏହାକୁ ବର୍ତ୍ତମାନ ୩୫୦ରୁ ୪୦୦ କିମିକୁ ବଢ଼ାଯାଇଛି। ଲକ୍ଷ୍ୟଭେଦ କ୍ଷମତା ୮୦୦ କିମି କରିବାକୁ କାମ ଜାରି ରହିଥିବା ଜଣାପଡ଼ିଛି। ଦେଶର ୧୦ଟି ଯୁଦ୍ଧପୋତରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ମୁତୟନ ହୋଇଥିବା ବେଳେ ଲଦ୍ଦାଖ ଓ ଅରୁଣାଚଳ ପ୍ରଦେଶ ସଂଲଗ୍ନ ସୀମାରେ ଏହି କ୍ଷେପଣାସ୍ତ୍ର ମୁତୟନ କରାଯାଇଛି। ସେହିପରି ସୁଖୋଇ ଯୁଦ୍ଧ ବିମାନରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଲଗା ଯାଇଥିବା ବେଳେ ଚଳିତବର୍ଷ ଜାନୁଆରୀ ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବାକୁ କେନ୍ଦ୍ର ସରକାର ୨୭୭୦ କୋଟି ଟଙ୍କାର ଚୁକ୍ତି କରିଛନ୍ତି। ଅନ୍ୟପକ୍ଷରେ ଇଣ୍ଡୋନେସିଆ, ଭିଏତନାମ୍‌, ୟୁଏଇ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା ସହ ଅନ୍ୟ କେତେକ ଦେଶ ଭାରତ ଠାରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories