ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଦ୍ବାରା ପରିଚାଳିତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ବିପିୟୁଟି ୱେବସାଇଟ୍ (www.bputexam.in)ରେ ଫଳ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ୱେବସାଇଟ୍ରୁ ଫଳ ଜାଣିପାରିବେ। ଏ ସଂକ୍ରାନ୍ତରେ ବିପିୟୁଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆର୍କିଟେକ ପାଠ୍ୟକ୍ରମ ବି.ଆର୍କର ୬ଷ୍ଠ, ୮ମ ଏବଂ ୧୦ମ ସେମିଷ୍ଟର, ବି.ପ୍ଲାନର ୮ମ ସେମିଷ୍ଟର ଓ ଏମ୍.ଆର୍କର ୬ଷ୍ଠ ସେମିଷ୍ଟର ଫଳ ପ୍ରକାଶ ପାଇଛି।
ସେହିପରି ସିଏ ଓ ଏସ୍ ପାଠ୍ୟକ୍ରମର ଏମ୍.ଏସ୍ସିର ୪ର୍ଥ ସେମିଷ୍ଟର ଓ ଏମ୍.ଏସ୍ସି (ଇଣ୍ଟିଗ୍ରେଟେଡ)ର ୧୦ମ ସେମିଷ୍ଟର ଫଳ ପ୍ରକାଶ ପାଇଛି। ଇଞ୍ଜିନିୟରିଂ ପାଠ୍ୟକ୍ରମ ଏମ୍. ଟେକର ୪ର୍ଥ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶିତ ହୋଇଛି। ପରିଚାଳନା ପାଠ୍ୟକ୍ରମର ଏମ୍ବିଏର ୪ର୍ଥ ସେମିଷ୍ଟର, ଏମ୍ବିଏ (ପାର୍ଟ ଟାଇମ୍)ର ୪ର୍ଥ ଓ ୬ଷ୍ଠ ସେମିଷ୍ଟର, ଆଇ-ଏମ୍ବିଏର ୬ଷ୍ଠ, ୮ମ ଓ ୧୦ମ ସେମିଷ୍ଟର ଫଳ ବାହାରିଛି। ଫାର୍ମାସୀ ପାଠ୍ୟକ୍ରମ ବି.ଫାର୍ମାର ୬ଷ୍ଠ ଓ ୮ମ ସେମିଷ୍ଟର ଓ ଏମ୍. ଫାର୍ମାର ୪ର୍ଥ ସେମିଷ୍ଟର ଫଳ ପ୍ରକାଶ ପାଇଛି।
ଏହି ପରୀକ୍ଷା ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ୍) ମାଧ୍ୟମରେ ହୋଇଥିଲା। ଆସନ୍ତାକାଲି (ବୁଧବାର)ଠାରୁ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ୱେବସାଇଟକୁ ଯାଇ ଅନଲାଇନ୍ରେ ବାହାର କରିପାରିବେ ବୋଲି ବିପିୟୁଟି ପକ୍ଷରୁ କୁହାଯାଇଛି।



