www.samajalive.in
Saturday, December 6, 2025
14.1 C
Bhubaneswar

ରାସ୍ତାରେ ଚଳନ୍ତା ଚାଳଛପର କୁଟୀର: ଭିଡ଼ିଓ ହେଉଛି ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ରାସ୍ତାରେ ଆମେ ସାଧାରଣତଃ ଯିବାବେଳେ କାର, ବାଇକ, ଟ୍ରକ ପରି ଯାନ ଯାତାୟତ କରୁଥିବା ଦେଖିବାକୁ ପାଇଥାଉ। ରାସ୍ତା କଡରେ ଗାଡିରେ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲାଯାଇଥିବା ଦେଖିବାକୁ ପାଉ। ଏହା ବ୍ୟତୀତ ଆପଣ କିଛି ଦୋକାନ ମଧ୍ୟ ଦେଖିବେ। କିନ୍ତୁ ଆପଣ କେବେ ରାସ୍ତାରେ ଏକ ଗାଡିରେ ଚାଳଛପର କୁଟୀର ଯାଉଥିବା ଦେଖିଛନ୍ତି କି। କିଛି ଚଳଚିତ୍ରରେ ଆପଣ ଏହି ଦୃଶ୍ୟ ଦେଖିଥିଲେ। ହେଲେ ବାସ୍ତବ ଜୀବନରେ କାଁ ଭାଁ ଏପରି କିଛି ଦେଖିଥିବେ। ବର୍ତ୍ତମାନ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି କେହି କେହି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଆଉ କେହି ଏଭଳି କାର୍ଯ୍ୟକୁ ଖୁବ ପ୍ରଶଂସା କରିଛନ୍ତି।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଏକ ଚାଳଛପର କୁଟୀର ଚାଲୁଛି। କୁଟୀର ତଳେ ଚକ ଲଗାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ମୋଟର ଗାଡି ଭିତରେ ସୁନ୍ଦର ଚାଳଛପର କୁଟୀରଟିଏ ତିଆରି କରାଯାଇଛି। କୁଟୀରରେ ସାମ୍ନାକୁ ଦେଖିବା ପାଇଁ ଝରକା ମଧ୍ୟ ତିଆରି ହୋଇଛି। ଏହାକୁ ତିଆରି କରିଥିବା ବ୍ୟକ୍ତି ଜଣକ କୁଟୀରଟିକୁ ନେଇ ରାସ୍ତାରେ ଯିବା ବେଳେ ପ୍ରତ୍ୟେକଙ୍କ ନଜର ଏହା ଉପରେ ପଡିଥିଲା। ସମସ୍ତେ ନିଜ ନିଜ ଫୋନରେ ଏହାର ଭିଡ଼ିଓ ଏବଂ ଫଟୋ ଉଠାଇବାରେ ଲାଗିଥିଲେ। ଅଭିନଭ ଉପାୟରେ ଅନ୍ୟ କୌଣସି କିଛି ନଭାବି ଏଭଳି କୁଟୀର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ଭାବନାକୁ ଭୁରି ଭୁରି ପ୍ରଶଂସା କରାଯାଇଛି।

- Advertisement -

ଏହି ଭିଡ଼ିଓଟି ଇନଷ୍ଟାଗ୍ରାମରେ ବେଶ ଭାଇରାଲ ହୋଇଛି। ଏହାକୁ ଭାଇରାଲ ଭୟାନୀ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ବ୍ୟାଟେରି ଗାଡିରେ ନିର୍ମାଣ ହୋଇଥିବା ଏହି ସୁନ୍ଦର ଚାଳଛପର କୁଟୀରଟି ୧ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯାଉଥିବା ଜଣାପଡିଛି।

ଏହି ବିବାହ କାର୍ଡ ଦେଖିଲେ ଲାଗିବ ଝଟ୍‌‌କା; ପଢିଲେ ଉଡିବ ହୋସ୍‌‌, ହେଉଛି ଭାଇରାଲ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories