www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରକରେ ଚାପି ହୋଇଗଲେ ବାପା ଓ ୩ ପୁଅ

ବୌଦ୍ଧ: ଟ୍ରକରେ ଚାପି ହୋଇଗଲେ ବାପାଙ୍କ ସହ ଦୁଇ ପୁଅ । ବୌଦ୍ଧ ପୁରୁଣା କଟକ ଲୁଣିବାହାଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୫୭ ନଂ ଏନଏଚରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏକ କଖାରୁ ବୋଝେଇ ଟ୍ରକକୁ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଡ୍ରାଇଭର ଏବଂ ତାଙ୍କର ଦୁଇ ପୁଅ ଗୁରୁତର ଆହତ ହୋଇଥିଲେ। ଟ୍ରକଟି କଖାରୁ ନେଇ ନବରଙ୍ଗପୁରରୁ ଭୁବନେଶ୍ବର ଯାଉଥିଲା । ଦୀର୍ଘ ସମୟର ଅପରେସନ ପରେ କଟରରେ କାଟି ଟ୍ରକରୁ ବାପା ଏବଂ ତିନି ପୁଅଙ୍କୁ ଅଗ୍ନିଶମବାହିନୀ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣା ସମୟରେ ବାପା ଟ୍ରକ ଚଲାଉଥିବାବେଳେ ତିନି ପୁଅ ପାଖରେ ବସିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories