www.samajalive.in
Saturday, December 6, 2025
14.1 C
Bhubaneswar

କାହିଁକି ମାଳଦ୍ବୀପକୁ ବୟକଟ୍ କଲେ ସେଲିବ୍ରିଟି ?

ମୁମ୍ବାଇ: ମାଳଦ୍ବୀପ ହେଉଛି ଏପରି ଏକ ସ୍ଥାନ ଯେଉଁଠାକୁ ପ୍ରାୟ ଅଧିକାଂଶ ସେଲିବ୍ରିଟିମାନେ ଛୁଟି ମନାଇବାକୁ ଯାଇଥାନ୍ତି। କେବଳ ସେଲିବ୍ରିଟି ନୁହଁନ୍ତି, ପର୍ଯ୍ୟଟକ ମାନଙ୍କର ବି ଏହା ପ୍ରଥମ ପ୍ରସନ୍ଦ । କିନ୍ତୁ ଏବେ ସୋସିଆଲ ମିଡିଆରେ ବଏକଟ୍ ମାଳଦ୍ବୀପ୍ ଟ୍ରେଣ୍ଡ ଆରମ୍ଭ ହୋଇଛି। ସାଧାରଣ ଲୋକ ଏବଂ କିଛି ସେଲିବ୍ରିଟି ମାଲଦ୍ବୀପ ବୟକଟ୍ କରିବାକୁ ଦାବି କରୁଛନ୍ତି।

ଜାନୁଆରୀ ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ଆରିପେଲାଗୋ ଏବଂ ସ୍ନୋର୍କେଲିଂରେ ସମୟ ଅତିବାହିତ କରୁଥିବା ଫଟୋ ସେୟାର କରିଥିଲେ। ଏହି ଫଟୋଗୁଡ଼ିକ ଖୁବ୍ ଭାଇରାଲ ମଧ୍ୟ  ହୋଇଥିଲା ।  ଅନେକ ଲୋକ ଏହାକୁ ମାଳଦ୍ୱୀପ ସହିତ ତୁଳନା କରିବା ସହ ଏହାକୁ ମାଳଦ୍ୱୀପ ଅପେକ୍ଷା ଏକ ଭଲ ପର୍ଯ୍ୟଟନ ସ୍ଥଳୀ ବୋଲି କହିଥିଲେ।

- Advertisement -

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଭାରତର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ମାଲଦ୍ୱୀପ ପରିବର୍ତ୍ତେ ଲାକ୍ଷାଦ୍ୱୀପ ଯିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି। ବର୍ତ୍ତମାନ ବଲିଉଡ ତାରକାମାନେ ମଧ୍ୟ ଏହି ଆଲୋଚନାରେ ଯୋଗ ଦେଇଛନ୍ତି। ଅକ୍ଷୟ କୁମାର, ସଲମାନ ଖାଁ, ଜନ ଆବ୍ରାହମ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ବହୁ ବଲିଉଡ ତାରକା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଲାକ୍ଷାଦ୍ୱୀପ ପରିଦର୍ଶନ କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories