www.samajalive.in
Saturday, December 6, 2025
23.1 C
Bhubaneswar

ଏହି ଅଭ୍ୟାସ ଆପଣାଇଲେ ହେବେ ଦୀର୍ଘାୟୁ : ପାଖ ମାଡିବନି ରୋଗ..

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ନିଜର ଦୈନନ୍ଦିନ ଜୀବନରେ କର୍ମବ୍ୟସ୍ତତା ମଧ୍ୟରେ ଲୋକେ ନିଜର ଖାଦ୍ୟପେୟ ପ୍ରତି ସଠିକ ଧ୍ୟାନ ନଦେବା ଦ୍ୱାରା ଏହି ସମସ୍ୟା ଅଧିକ ବୃଦ୍ଧି ପାଉଛି। ଅନେକ ଲୋକେ ହୃଦୟ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ, ଥାଇରଏଡ ଓ ମଧୁମେହ ଭଳି ରୋଗରେ ପୀଡିତ। ଏହି ସମସ୍ୟା ପୂର୍ବରୁ ବୟସ୍କ ମାନଙ୍କ ଠାରେ ଦେଖାଯାଉଥିବା ବେଳେ ବର୍ତ୍ତମାନ ଏହା କମ ବୟସ୍କ ମଧ୍ୟରେ ଦେଖାଯାଉଛି। ଯାହା ଚିନ୍ତା ବଢାଇଛି। ନିଜ ଦୈନନ୍ଦିନ ଜୀବନରେ ଏଭଳି କିଛି ଅଭ୍ୟାସ ରହିଛି, ଯାହାକୁ ଆପଣାଇବା ଦ୍ୱାରା ନିରୋଗ ରହିବା ସହ ଦୀର୍ଘାୟୁ ହୋଇ ପାରିବେ।
ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ନିତାନ୍ତ ଆବଶ୍ୟକ। ସୁସ୍ଥ ରହିବା ପାଇଁ ନିୟମିତ ଏକ ଘଣ୍ଟା ବ୍ୟାୟାମ କରନ୍ତୁ। ୧ ଘଣ୍ଟା ସମୟ ନଥିଲେ ୧୫ ରୁ ୨୦ ମିନିଟ୍‌‌ ବ୍ୟାୟାମ ଓ ଧ୍ୟାନ ନିଶ୍ଚୟ କରନ୍ତୁ।
ସଭିଁଙ୍କୁ ନିଜର ଓଜନ ଅନୁଯାୟୀ ପାଣି ପିଇବା ଆବଶ୍ୟକ। ବିଶେଷଜ୍ଞଙ୍କ ମତାନୁସାରେ ୨୦ କେଜିଙ୍କୁ ୧ ଲିଟର ଓ ୫୦ କେଜି ଠାରୁ ଅଧିକ ଓଜନ ଥିବା ବ୍ୟକ୍ତି ବିଶେଷଙ୍କୁ ୨.୫ ଲିଟର ପାଣି ପିଇବା ଉଚିତ୍‌‌। ସୁସ୍ଥ ଶରୀର ପାଇଁ ସଠିକ୍‌‌ ମାତ୍ରାରେ ପାଣି ପିଇବା ନିତାନ୍ତ ଆବଶ୍ୟକ।
ନିୟମିତ ଚା’ ପିଇବାର ଅଭ୍ୟାସ ଥିଲେ, ଗ୍ରୀନ ଟି, ପାନମଧୁରୀ ଚା’, ଅଦା ଚା’ ପିଇ ପାରିବେ।
କୁହାଯାଏ, ଖାଦ୍ୟର ଥାଳିକୁ ସର୍ବଦା ରଙ୍ଗବେରଙ୍ଗ ରଖନ୍ତୁ। ଅର୍ଥାତ ନିଜ ଖାଦ୍ୟରେ ସବୁଜ ପନିପରିବା, ଅଣ୍ଡା କିମ୍ବା ପନୀର, ଡାଲି, ଦହି ଆଦି ସାମିଲ କରନ୍ତୁ।
ନିୟମିତ କିଛି ସମୟ ଧ୍ୟାନ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହେବା ସହ ମନ ଓ ମସ୍ତିଷ୍କ ଶାନ୍ତ ରହିଥାଏ।
ଇଚ୍ଛା ଅନୁଯାୟୀ କିଛି ସମୟ ଗୀତ ମଧ୍ୟ ଶୁଣନ୍ତୁ। ଏହାଦ୍ୱାରା ମନ ଶାନ୍ତ ରହିବା ସହ ଦିନଯାକର ଥକ୍କାପଣ ଦୂର ହୋଇଥାଏ।
କିଛି ସମୟ ନିଶ୍ଚୟ ହସନ୍ତୁ। ହସିବା ଦ୍ୱାରା ଶରୀରରେ ହ୍ୟାପି ହରମୋନ୍‌‌ ସୃଷ୍ଟି ହୋଇଥାଏ। ଫଳରେ ଦୁଃଶ୍ଚିନ୍ତା ଦୂର ହୋଇଥାଏ।
ପ୍ରତିଦିନ ୭ ରୁ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ। ଉତ୍ତମ ନିଦ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ। ଭଲ ନିଦ ହେବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହ ଥକ୍କାପଣ ଦୂର ହୋଇ କାମ କରିବାକୁ ଆଗ୍ରହ ଆସିଥାଏ।
କିଛି ସମୟ ନିଜ ରୁଚି ଅନୁଯାୟୀ ବହି ପଢନ୍ତୁ। ଏହାକୁ ନିଜର ଦୈନନ୍ଦିନ ଅଭ୍ୟାସରେ ନିଶ୍ଚୟ ସାମିଲ କରନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories