www.samajalive.in
Saturday, December 6, 2025
14.1 C
Bhubaneswar

ମୋବାଇଲ ବିସ୍ଫୋରଣ ; ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରରେ ମୋବାଇଲ ବିସ୍ଫୋରଣରେ ଘରେ ନିଆଁ ଲାଗି ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ିଯାଇଛି। ମାତ୍ର ସୌଭାଗ୍ୟବଶତଃ ଆଠ ମାସର ଶିଶୁ ସହିତ ବାପା, ମାଆ ଅଳ୍ପକେ ଏକ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁସାରେ ପୁରୁଣାକଟକ ବଜାରର ବ୍ୟବସାୟୀ ପ୍ରଦୀପ କୁମାର ସାହୁ ଘରେ ମୋବାଇଲ ଚାର୍ଜ ବସାଇ ଗାଧୋଇବାକୁ ଯାଇଥିଲେ। ମାତ୍ର ମୋବାଇଲଟି ଯାନ୍ତ୍ରିକ ତ୍ରୁଟି କାରଣରୁ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା । ଘରେ ଥିବା ପ୍ରଦୀପଙ୍କ ଲୁଗାପଟା ଆସବାବପତ୍ର ପୋଡି ଯିବା ସହିତ କିଛି ନଗଦ ଟଙ୍କା ପୋଡ଼ିଯାଇଥିବା ଜଣାପଡିଛି। ଏହି ଘଟଣା ପୁରୁଣାକଟକ ବଜାରରେ ଆଲୋଚନାର ବିଷୟ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories