ଟୁଟୁସିଙ୍ଗା ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧ ବ୍ଲକ ମୁରୁଶୁଣ୍ଢୀ ପଂଚାୟତ ଟୁଟୁସିଂହା ଉଚ୍ଚ ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା ଓ ଆମ ଦାୟିତ୍ୱ ନେଇ କାର୍ଯ୍ୟକ୍ରମ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ତରଫରୁ ରଖାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାମୋହନ ନିଜ ଅଭିଭାଷଣରେ ପରିବେଶ ସୁରକ୍ଷାର ଗୁରୁଦାୟିତ୍ୱ ସମସ୍ତଙ୍କ ଉପରେ ନିର୍ଭର କରେ ଏବଂ ନିଜେ ସଚେତନ ହୋଇ ଅନ୍ୟକୁ ମଧ୍ୟ ସଚେତନ କରିବାକୁ ଜରୁରୀ ବୋଲି ଦର୍ଶାଇ ଥିଲେ । ବ୍ରହ୍ମାକୁମାରୀ ମାମିନା ଭଉଣୀ ପରିବେଶ ଦୂଷିତ ହେବାର ମୁଖ୍ୟ କାରଣ ମାନବର ମନର ନକାରାତ୍ମକ ଭାବନା ଓ ବୃତ୍ତି ପରିବର୍ତ୍ତନ କରିପାରିଲେ ପରିବେଶ ମଧ୍ୟ ପରିବର୍ତ୍ତନ ହୋଇପାରିବ । କଥାରେ ଅଛି ଯେମିତି ବୃତ୍ତି ସେମିତି ସୃଷ୍ଟି । ଆଧ୍ୟାତ୍ମିକ ଜ୍ଞାନ ଓରାଜଯୋଗ ମନରରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ ।

prayash

ବିକାରଗ୍ରସ୍ତ ଜୀବନଶୈଳୀକୁ ପରିବର୍ତ୍ତନ କରିପାରିଲେ ମାନସିକ ପ୍ରଦ୍ୟୁଷଣ ଓ ପାଞ୍ଚ ତତ୍ତ୍ୱ ମଧ୍ୟ ପ୍ରଦ୍ୟୁଷଣରୁ ମୁକ୍ତ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ଦର୍ଶାଇ ଥିଲେ । ବି.କେ ସରୋଜ ଭାଇ ସଭା କାର୍ଯ୍ୟକ୍ରମ ପରିଚାଳନା କରି ପରିବେଶକୁ ପ୍ରଦ୍ୟୁଷଣରୁ ମୁକ୍ତ କରିବା ପାଇଁ ବ୍ରହ୍ମକୁମାରୀ ସଂସ୍ଥା ଅନ୍ତର୍ଜାତୀୟ କ୍ଷେତ୍ରରେ ବିଶେଷ ଭୂମିକା କିପରି ନିର୍ବାହ କରୁଛି ତାହା ଦର୍ଶାଇଥିଲ । ବି.କେ ରବି ଭାଇ ରାଜଯୋଗର ଅନୁଭୂତି ଓ ପ୍ରଭାବ ବିଷୟରେ ବର୍ଣନା କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ବୃନ୍ଦ ଓ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ । ଶେଷରେ ସ୍କୁଲ ପରିସରରେ ଚାରା ରୋପଣ କରାଯାଇଥିଲା ।

kalyan agarbati

Comments are closed.