www.samajalive.in
Sunday, December 7, 2025
26.1 C
Bhubaneswar

କସ୍ତୁରବା ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ

ବୌଦ୍ଧ: ବଲା ସିଂହା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା ଓ ଆମର ଦାୟିତ୍ୱ ନେଇ ଏକ  କାର୍ଯ୍ୟକ୍ରମ ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସଞ୍ଚଳିକା ବି.କେ ମାମିନା ପରିବେଶ ସୁରକ୍ଷା ପାଇଁ ଆତ୍ମ ସଚେତନତା ଓ ଜଣକୁ ଗୋଟିଏ ଲେଖା ଚାରା ରୋପଣ କରି ତାର ଯତ୍ନ ନେବାପାଇଁ ସଂକଳ୍ପ ନେଲେ ପରିବେଶ ସୁରକ୍ଷାରେ ଭାଗି ହୋଇପାରିବ ବୋଲି କହିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଧ୍ରୁବ ଚରଣ ଘିବେଲା ମୁଖ୍ୟ ଅତିଥି ରୂପେ ଭାଗନେଇ ଛାତ୍ର ଓ ଛାତ୍ରୀ ମାନେ ଜୀବନ ନିର୍ବାହ ସକାଶେ ବୃକ୍ଷ ଲତା ଗୁଡିକ କେତେ ଉପକାରୀ ନିଜ ବକ୍ତବ୍ୟରେ ଦର୍ଶାଇ ଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବି ନମ୍ରତା ସାହୁ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସ୍କୁଲ ପରିସରରେ ଓ ଛାତ୍ରୀ ନିବାସ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇ ଥିଲା । ବି କେ ସରୋଜ ଭାଇ, ରଶ୍ମିତା ଭଉଣୀ କାର୍ଯ୍ୟକ୍ରମରେ ସହାଭାଗୀ ହୋଇଥିଲେ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories