www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ଗୁରୁତର

ବୌଦ୍ଧ:  ବୌଦ୍ଧ ବଘିଆପଡା ପୂର୍ତ୍ତ ରାସ୍ତାର ପନଖିମାଲ ଠାରେ ସୋମବାର ଦିନ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ କନକପୁର ଗ୍ରାମର ଅଜିତ ବାଘ (୨୪) ଏକ ବାଇକରେ ପରିବା ଧରି ବିକିବାକୁ ବୌଦ୍ଧକୁ ଯାଉଥିବା ବେଳେ ବିପରୀତ ଦିଗରୁ ପନଖିମାଲ ରାଇସ ମିଲର ଦୁଇଜଣ କର୍ମଚାରୀ ଏକ ବାଇକରେ ଆସୁଥିବା ବେଳେ ଦୁଇ ବାଇକ ମଧ୍ୟରେ ମୁହାମୁଡିଁ ଧକ୍କା ହୋଇଥିଲା । ଫଳରେ ୩ ଜଣ ଯାକ ଗୁରୁତର ହୋଇପଡିଥିଲେ । ୩ ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ । କିନ୍ତୁ ମେଡିକାଲରେ ଅଜିତ ବାଘଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ପଠାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଉଭୟ ବାଇକୁ ଜବତ କରିଥିବା ଜଣାପଡିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories