www.samajalive.in
Monday, December 15, 2025
14.1 C
Bhubaneswar

ଥଇଥାନ ପାଇଁ ଦାବି କଲେ ଉଚ୍ଛେଦ ହୋଇଥିବା ଦୋକାନୀ

ବୌଦ୍ଧ/ହରଭଙ୍ଗା: ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାର ଦିନ ବାଉଁଶୁଣୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖ ଓ ବାଉୁଁଶୁଣୀ ବଜାର ତଥା ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ଛୋଟ ଛୋଟ ଉଠାଦେକାନ ଗୁଡିକ ଉଚ୍ଛେଦ କରାଯାଇଛି । ପ୍ରଶାସନର ଏହି ଉଚ୍ଛେଦ ପକ୍ରିୟାକୁ ଉଠା ଦେକାନୀ ଗୁଡିକ ସ୍ୱାଗତ ପଦକ୍ଷେପ ବୋଲି କହିଛନ୍ତି । କିନ୍ତୁ ପ୍ରଶାସନ ଉଚ୍ଛେଦ ପରେ ଏମାନଙ୍କ ଥଇଥାନ ନେଇ କୌଣସି ପଦକ୍ଷେପ ନେଇ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ରାସ୍ତା କଡରେ ଗରୀବ ପରିବାର ଗୁଡିକ ଦୀର୍ଘ ଦିନ ହେବ ଛୋଟ ଛୋଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପରେ ସେମାନେ ପୁରାପୁରି ବେରୋଜଗାର ହୋଇପଡିବା ସହ ଆର୍ଥିକ ଅନାଟନରେ ଗତି କରୁଛନ୍ତି । ପରିବାର ଗୁଡିକ ଏକ ପ୍ରକାର ଦୁର୍ଦ୍ଦଶାରେ ଗତି କରୁଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଥଇଥାନ କରିବାକୁ ସେମାନେ ଶନିବାର ଦିନ ବାଉଁଶୁଣୀ ରାଜସ୍ୱ ନୀରିକ୍ଷକଙ୍କ ଜରିଆରେ ଏକ ଦାବୀ ପତ୍ର ବୌଦ୍ଧ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories