www.samajalive.in
Sunday, December 7, 2025
13.1 C
Bhubaneswar

ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ଧାରଣା

ବୌଦ୍ଧ: ବୌଦ୍ଧ ଜିଲା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଦିନ ବୌଦ୍ଧ ଜିଲା ନିର୍ମାଣ ଶ୍ରମିକ ସମନ୍ୱୟ ସମିତି ପକ୍ଷରୁ ଦାବି ପୂରଣ ପର୍ଯ୍ୟନ୍ତ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦିବାରାତ୍ରି ଧାରଣା ଆରମ୍ଭ ହୋଇଛି । ୨୦୧୮-୧୯ ଶିକ୍ଷା ବର୍ଷ ଠାରୁ ଏଯାବତ୍‌ ଜଣେ ବି ଶ୍ରମିକ ଶିକ୍ଷା ସହାୟତା ବାବଦ ଅର୍ଥ ପାଇନଥିବା ବେଳେ ୨୦୧୯ ମସିହାରୁ ୩୫୦୦ରୁ ଊର୍ଦ୍ଧ୍ଵ ଶ୍ରମିକ କନ୍ୟା ବିବାହ ସହାୟତା ପାଇଁ ଆବେଦନ କରିଥିବା ବେଳେ ଜଣେ ବି ଶ୍ରମିକ ବିବାହ ସହାୟତା ଅର୍ଥ ପାଇନାହାନ୍ତି । ଏଥିରୁ ମଧ୍ୟ ଅନେକ ଆବେଦନକାରୀ ଇତି ମଧ୍ୟରେ ୬୦ ବର୍ଷ ଅତିକ୍ରମ କରିଥିବା ବେଳେ କିଛି ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି ।

ଠିକ ସେହିଭଳି ବର୍ଷ ବର୍ଷ ଧରି ସାଇକେଲ ଓ ଯନ୍ତ୍ରାଶଂ କ୍ରୟ ନିର୍ମିତ ପାଇବାକୁ ଥିବା ସହାୟତାରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଳାରେ ୪୫ ହଜାରରୁ ଅଧିକ ପଞ୍ଜିକୃତ ନିର୍ମାଣ ଶ୍ରମିକ  ଏନେଇ ବାରମ୍ବା ଅଭିଯୋଗ କରିଆସୁଥିଲେ ସୁଧା ଶ୍ରମବିଭାଗ ସର୍ବଦା କେବଳ ପ୍ରତିଶ୍ରୁତି ଦେଇଚାଲିଛି ।  ଆନ୍ଦୋଳନରେ ବହୁ ସଂଖ୍ୟାରେ ଶ୍ରମିକ ଯୋଗଦେଇ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସିରହିବୁ ବୋଲି ଚେତାବନୀ ଦେଇ ବସି ରହିଛନ୍ତି ।

- Advertisement -

ଶ୍ରମିକ ନେତା ଅବକାଶ ସାହୁ, ଅର୍ଜୁନ ରଣା, ପ୍ରଭାମ ମୋଟାରୀ , ଲୋକନାଥ ଶତପଥୀ, ଦିଲ୍ଲୀପ ବସ୍ତିଆ, ଅନିଲ ରଥ ପ୍ରମୁଖଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ବୌଦ୍ଧ ବ୍ଳକ ଅଧକ୍ଷ୍ୟ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର , ବୁଦ୍ଧିଜିବୀ ବିଶେଶ୍ୱର ପୃଷ୍ଟି ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ । ଅପରାହ୍ଣରେ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ତତ୍ୱାବଧାନରେ ଶ୍ରମିକ ସଂଗଠନଙ୍କ ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇଥିବା ବେଳେ ଏହା ବିଫଳ ହୋଇଥିବା ଜଣାପଡିଛି । ଫଳରେ ଶ୍ରମିକ ମାନେ ଆନ୍ଦୋଳନରେ ବସିରହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories