ଗାନ୍ଧୀ ଗ୍ରାମରେ ହାତୀ ଭୟ
ବୌଦ୍ଧ: ଜାତୀୟ ରାଜପଥ କଡ଼ରେ ଥିବା ଲାଣ୍ଡିବନ୍ଧ ନିକଟ ଗାନ୍ଧୀ ଗ୍ରାମରେ ହାତୀ ଆତଙ୍କ ଦେଖା ଦେଇଛି । ହାତୀଙ୍କୁ କେହି ଦେଖି ନଥିଲେ ସୁଦ୍ଧା ସୋମବାର ସକାଳେ ଗ୍ରାମର ବିଭିନ୍ନ ସ୍ଥାନରେ ହାତୀର ପାଦ ଚିହ୍ନ ଦେଖା ଯାଇଥିଲା । ବାଗମୁଣ୍ଡି ଅଥବା ନନ୍ଦନବନ ଅଞ୍ଚଳରେ ଥିବା ହାତୀ ପଲରୁ ଗୋଟିଏ ହାତୀ ଗୋଠ ଖଣ୍ଡିଆ ହୋଇ ଚାଲି ଆସିଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ପାଦ ଚିହ୍ନ ଦେଖିବା ପରେ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ । ବନ କର୍ମଚାରୀ ହାତୀର ପାଦ ଚିହ୍ନ ଅନୁସରଣ କରି ତାର ବର୍ତ୍ତମାନ ଉପସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି ।
Comments are closed.