www.samajalive.in
Sunday, December 7, 2025
13.1 C
Bhubaneswar

ଆଇନଜୀବୀ ହେମନ୍ତ ସାହୁଙ୍କ ହତ୍ୟାକାଣ୍ଡ ଘଟଣା;  ବାପା ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲା ବହିରା ଗ୍ରାମର ଯୁବ ଆଇନଜୀବୀ ହେମନ୍ତ ସାହୁଙ୍କ ହତ୍ୟାକାଣ୍ଡର ରାୟ ସୋମବାର ଦିନ ପ୍ରକାଶ ପାଇଛି । ଏହି ହତ୍ୟାକାଣ୍ଡ ରାଜ୍ୟରେ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ହୋଇଥିବା ବେଳେ  ସେହି ସମୟରେ ଜିଲା ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରାଯାଇଥିଲା । ଏଥିସହିତ ରାଜ୍ୟ ଓକିଲ ସଂଘର ପ୍ରତିନିଧି ମଣ୍ଡଳୀ ହତ୍ୟାକାଣ୍ଡ ସ୍ଥଳ ପରିଦର୍ଶନ କରିବା ସହ ତତ୍କାଳୀନ ଏସପିଙ୍କ ସହିତ ଆଲୋଚନା କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗରିଫ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।  ଦୀର୍ଘ ୭ ବର୍ଷ ପରେ ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇବା ସହ  ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ୱାଇଁ ମାମଲାକୁ ବିଚାର କରି  ଅଭିଯୁକ୍ତ ବାପା ଓ ଦୁଇ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ଦେବା ସହ ଝିଅ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ମାମଲାରୁ ପ୍ରକାଶଯେ, ଗତ ୧୦.୧୧.୨୦୧୫ ତାରିଖରେ ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗ୍ରାମର ଯୁବ ଆଇନଜୀବୀ ହେମନ୍ତ ସାହୁ ବହିରା ସଦେଇପୁର-ବସ୍ତମପୁର ମାଟି ରାସ୍ତାରେ ପ୍ରାତଃ ଭ୍ରମଣରେ  ଯାଉଥିବାବେଳେ ନିଜ ଘର ଠାରୁ ଅଧ କିଲୋମିଟର ଦୂର ଗାଁ ପୋଖରୀ ନିକଟରେ ଦୁର୍ବୃତ୍ତ ମାନେ ଧାରୁଆ ଅସ୍ତ୍ରରେ ଶ୍ରୀ ସାହୁଙ୍କ ୨ ଗୋଡ, ୨ ହାତ, ମୁହଁ ଓ ମୁଣ୍ଡ ପଛରେ ଅତି ନିର୍ମମ ଭାବେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଶ୍ରୀ ସାହୁ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଖବରପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି  ଘରକୁ ଆଣୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ମୃତ ଆଇନଜୀବୀଙ୍କ ଭାଇ ସୁଜିତ କୁମାର ସାହୁ ବାଉଁଶୁଣୀ ଥାନାରେ ପୁର୍ବ ଶତ୍ରୁତା କାରଣରୁ ତାଙ୍କ ଭାଇକୁ ବହିରା ଗ୍ରାମର ବନମାଳୀ ସାହୁ, କ୍ଷୀରାର୍ଣ୍ଣବ ସାହୁ ଓ ଦୁର୍ଯ୍ୟୋଧନ ସାହୁ ମାରିଥିବା ସନ୍ଦେହ ହେଉଥିବା ନେଇ ଅଭିଯୋଗ କରିଥିଲେ । ବାଉଁଶୁଣୀ ପୁଲିସ ଥାନା କେସ ନଂ ୯୯/୧୫ରେ ହତ୍ୟା ମାମଲା ରୁଜୁ କରି ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଏପଟେ କିନ୍ତୁ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଭିଆଇବା ପରେ ଧରାପଡିଯିବା ଭୟରେ ଗାଁ ନିକଟରେ ବାଇକ୍‌  ଓ ହେଲମେଟ ଛାଡି ଫେରାର ହୋଇଯାଇଥିଲେ । ପୁଲିସ ଉକ୍ତ ବଇେକ୍‌ ଓ ହେଲମେଟକୁ ଜବତ କରିବାପରେ ହେଲେମେଟରେ ରକ୍ତ ଲାଗିଥିବାରୁ ଅଭିଯୁକ୍ତ ମାନେ ଉକ୍ତ ଗାଡିରେ ଆସିଥିବା  ଜାଣିପାରିଥିଲା ।

- Advertisement -

ପୁଲିସ ଘଟଣାକୁ ଗୁରୁତର ସହ ନେବା ସହିତ ଘଟଣାର ୪ ଦିନ ପରେ ଅର୍ଥାତ ୧୪,୧୧.୨୦୧୫ ତାରିଖରେ ବହିରା ଗ୍ରାମର ଅଭିଯୁକ୍ତ ବନମାଳୀ ସାହୁ(୬୭) ଓ ତାଙ୍କ ଦୁଇ ପୁଅ କ୍ଷୀରାର୍ଣ୍ଣବ ସାହୁ (୪୫), ଦୁର୍ଯ୍ୟୋଧନ ସାହୁ ( ୪୦) , ଝିଅ ରିଷିବନ୍ଧ ଗ୍ରାମର ଉର୍ମିଳା ସାହୁ (୪୭), ବହିରା ଗ୍ରାମର ତ୍ରିପୁରାରୀ ସାହୁ (୪୦)ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।  ଗିରଫ ପରେ ଅଭିଯୁକ୍ତମାନେ ଘଟଣା ସମୟରେ କନ୍ଧମାଳ ଜିଲା ରାଇକିଆ ଥାନା ବେରେଡିକିଆ ଗ୍ରାମରେ ରହୁଥିବା ଓ ଆଇନଜୀବୀ ଶ୍ରୀସାହୁଙ୍କ ପରିବାର ସହିତ ଜମିବାଡି ଗଣ୍ଡୋଗୋଳ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଇକିଆରୁ ଆସି ତାଙ୍କୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ ସ୍ୱୀକାର କରିଥିଲେ । ଏହି ହତ୍ୟା ଘଟଣାରେ ବାଉଁଶୁଣୀ ପୁଲିସ ୧୪.୧୧,୨୦୧୫ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ପରିବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ଏସଟି ୫୬/୧୬ ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୩୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ୱାଇଁ ଅଭିଯୁକ୍ତ ମାନଙ୍କ ବିରୋଧରେ  ପ୍ରମାଣ ଥିବା ନେଇ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମୋନା ଆଦେଶ ଦେଇଥିଲେ । ପ୍ରମାଣ ଅଭାବରୁ ଅଭିଯୁକ୍ତ ଉର୍ମିଳା ସାହୁ ଓ ତ୍ରିପୁରାରୀ ସାହୁଙ୍କୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି  । ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଜ୍ଞାନରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories