ଡମ୍ବରୁଗଡ ଠାରେ କୋଶଳ ସଂଗଠନ ବୈଠକ

ବୌଦ୍ଧ: ବୌଦ୍ଧ ବ୍ଲକ ଅନ୍ତର୍ଗତ ଡମ୍ବରୁଗଡ ମଠ ଠାରେ କୋଶଳ ସଂଗଠନର ଏକ ଜରୁରୀ ବୈଠକ  ଅନୁଷ୍ଠିତ ହୋଇଯାଇଛି । ଜିଲା ଆବାହକ ଶୋଭନ କୁମାର କର୍ଣ୍ଣଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଲଗା କୋଶଳ ରାଜ୍ୟ ଦାବି ସହିତ ଜିଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଜିଲାର କୋଣ ଅନୁକୋଣ ଯାଏଁ କୋଶଳ ଆନ୍ଦୋଳନ ପହଞ୍ଚାଇବା ପାଇଁ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା । ଆଗାମୀ ଦିନରେ ଜିଲାର ଅଧିକରୁ ଅଧିକ ଯୁବବର୍ଗଙ୍କୁ ସାମିଲ କରି ଆନ୍ଦୋଳନକୁ ଜୋରଦାର କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଯୋଗଦେଇଥିବା ସମସ୍ତ ନୂଆ ଯୁବ କୋଶଳ ସଂଗ୍ରାମୀ ସାଥୀ ମାନେ ଏକ ସାଥୀରେ କୋଶଳ ଆନ୍ଦୋଳନକୁ ସହଯୋଗର ହାତ ବଢାଇ ସଂଗଠନକୁ ଆଗକୁ ନେବା ପାଇଁ ମିଳିତ ଭାବରେ ଦୃଢ ଶପଥ ନେଇଥିଲେ । ବୈଠକରେ ଜିଲାର ଶତାଧିକ କୋଶଳ ସଂଗ୍ରାମୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସଂଗ୍ରାମୀ ପ୍ରମୋଦ କୁମାର ମେହେର ବହୁ ସଂଖ୍ୟାରେ ଯୁବ ସଂଗ୍ରାମୀ ବୈଠକରେ ଯୋଗଦାନ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ ।

kalyan agarbati

Comments are closed.