www.samajalive.in
Sunday, December 7, 2025
18.1 C
Bhubaneswar

ବୌଦ୍ଧରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି , ଜନଜୀବନ ଅସ୍ତବ୍ୟସ୍ତ

ବୌଦ୍ଧ  : ବୌଦ୍ଧ ଜିଲାରେ ବର୍ତ୍ତମାନ ପାରଦ ୪୨ ଡିଗ୍ରୀ ଉପରେ ଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ଜିଲାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ସହର ଅପେକ୍ଷା ଜିଲାର ଗ୍ରାମାଞ୍ଚଳ ଗୁଡିକରେ ଅଧିକ ବିଦ୍ୟୁତ କାଟ ହେଉଛି ।

ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାବେଳେ ବୌଦ୍ଧ ଜିଲାରେ ମଧ୍ୟ ତାପମାତ୍ରା ପ୍ରଚଣ୍ଡ ଭାବେ ବୃଦ୍ଧି ପାଇଛି ।  ଜିଲାରେ ପ୍ରଚଣ୍ଡ ଖରା ସହ ପ୍ରବଳ ଝାଞ୍ଜି ପବନ ବହିବା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ବୌଦ୍ଧ ଜିଲାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ଅତିକ୍ରମ କରିଥିବା ଜଣାପଡିଛି । ଆଗକୁ ତପମାତ୍ରା ଆହୁରି ବଢିବା  ନେଇ ପାଣିପାଗ ବିଭାଗ ପକ୍ଷରୁ ଜଣାପଡିବା ପରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଖରାକୁ ଦୃଷ୍ଟିରେ ରଖି ଘରୁ ନିହାତି ଦରକାର ନଥିଲେ ଘରୁ ନ ବାହରିବାକୁ ପରାମର୍ଶ ଦେବା ସହ ଗାମୁଛା, ଛତା ଓ ପାଣି ସାଙ୍ଗରେ ନେଇ ଯିବାକୁ ସୁଚନା ଦିଆଯାଇଛି । ଖରାଯୋଗୁଁ ସକାଳ ୭ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଗୋଟିଏ ଓଳି ଦୋକାନ ବଜାର ଗୁଡିକ ଖୋଲା ରହୁଥିବାବେଳେ ଲୋକମାନେ ସକାଳୁ ସକାଳୁ ନିଜର ଦୈନନ୍ଦିନ ସାମଗ୍ରୀ କିଣିବା ପାଇଁ ଘରୁ ବାହାରୁଛନ୍ତି । କିନ୍ତୁ ସକାଳ ୯ ଟା ହେବା କ୍ଷଣି ମୁଣ୍ଡ ଉପରେ ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ରୂପ ସାଧାରଣଲୋକଙ୍କୁ ପ୍ରଭାବିତ କରୁଛି ।

ଦ୍ବୈତ ନଗରୀ ତାପମାତ୍ରା ୪୧ ଡିଗ୍ରୀ ପାର୍

- Advertisement -

ବ୍ୟାପକମାତ୍ରାରେ ଜଙ୍ଗଲ ନଷ୍ଟ ଓ ମହାନଦୀର ଉତ୍ତପ୍ତ ବାଲି ଯୋଗୁଁ ସୁର୍ଯ୍ୟଙ୍କ ତାପମାତ୍ରା ଜିଲାରେ ବହୁ ମାତ୍ରାରେ ବୃଦ୍ଧି ହେଉଥିବା ପରିବେଶବିତମାନେ ମତପ୍ରକାଶ କରୁଛନ୍ତି । ସହରରେ ରାସ୍ତା ପ୍ରଶସ୍ତିକରଣ ପାଇଁ ବଡ ବଡ ଗଛ ଗୁଡିକ କାଟି ଦେବା ଯୋଗୁଁ ମଧ୍ୟ ଖରାର ପରିମାଣ ବୃଦ୍ଧି ପାଇଛି । ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ରାସ୍ତାଘାଟ, ଦୋକାନ ବଜାର, ବସଷ୍ଟାଣ୍ଡ  ଚାରିଆଡ ଜନଶୁନ୍ୟ ହୋଇପଡୁଛି । ଆଗକୁ ଗ୍ରୀଷ୍ମପ୍ରବାହ ଆହୁରି ବୃଦ୍ଧି ପାଇବା ଆଶଙ୍କା ମଧ୍ୟରେ ବାରମ୍ବାର ଅଘୋଷିତ ବିଜୁଳି କାଟ  ବୌଦ୍ଧ ସହରବାସୀଙ୍କୁ ଚିନ୍ତାରେ ପକାଇଛି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories