www.samajalive.in
Sunday, December 7, 2025
26.1 C
Bhubaneswar

ଶିଳାନ୍ୟାସକୁ ବର୍ଷେ ବିତିଲାଣି, କେବେ ହେବ ବୟନିକା ମେଗା ଶୋ’ରୁମ୍ କାର୍ଯ୍ୟାରମ୍ଭ ?

ବୌଦ୍ଧ : ବୌଦ୍ଧ ଜିଲାରେ ବହୁ ବୁଣାକାର ପରିବାର ବସବାସ କରନ୍ତି। ଜିଲ୍ଲାର ବୁଣାକାର ପରିବାରକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଆଦର୍ଶ କୃଷକ ବଜାରଠାରେ ସାପ୍ତାହିକ ବୁଣାକାର ବଜାର ଖୋଲାଯାଇଛି। ଏଠାରେ ଜିଲ୍ଲା ତଥା ରାଜ୍ୟର ଅଗଣିତ ବୁଣାକାରମାନଙ୍କ ପାଇଁ ବଜାର ଯୋଗାଇ ଦେବା ସହିତ ସେମାନଙ୍କ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମେ ପ୍ରଥମେ ଏହି ବୁଣାକାର ବଜାର ଲୋକଙ୍କ ଦ୍ୱାରା ଆଦୃତ ଓ ପ୍ରଶଂସିତ ହୋଇଥିବାବେଳେ କିନ୍ତୁ ଏବେ ବଜର ଚାହିଦା ଧିରେ ଧିରେ କମିବାକୁ ବସିଲାଣି। ଜିଲ୍ଲାର ବୁଣାକାର ପରିବାର ଓ ବୁଣାକାର ବଜାରକୁ ଆଖି ଆଗରେ ରଖି ବୟନିକା ପକ୍ଷରୁ ବୌଦ୍ଧ ସହରର ପୁରୁଣା ଆଇଟିଆଇ ପାଖରେ ଏକ ବୟନିକା ମେଗା ଶୋରୁମ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇ ଗତ ୬.୪.୨୩ ତାରିଖରେ ପୂର୍ବତନ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ, ସୂଚନା ଓ ଲୋକସଂପର୍କ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୂର୍ବତନ ଜିଲ୍ଲାପାଳ ସିତ୍ୟରଞ୍ଜନ ସାହୁ ଓ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଅତିଥି ଭାବେ ଯୋଗ ଦେଇ ବୟନିକା ମେଗା ଶୋ’ରୁମର ଶିଳାନ୍ୟାସ କରିଥିଲେ। ଭିତ୍ତି ପ୍ରସ୍ତର ସ୍ଥାପନ ପରେ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିବା ସହ ଉତ୍ତମ ମାନର ବୁଣାକାର ସାମଗ୍ରୀ ସୁଲଭ ମୂଲ୍ୟରେ ପାଇପାରିବେ ବୋଲି ଖୁବ ଆଶାବାଦୀ ଥିଲେ। ଏହା ସହ ଜିଲ୍ଲାର ବୁଣାକାର ପରିବାରର ସମାଗ୍ରୀ ମଧ୍ୟ ସ୍ୱତନ୍ତ୍ର ପରିଚୟ ପାଇପାରିବ ବୋଲି ବୁଣାକାର ପରିବାରଗୁଡିକ ଆଶାବାଦୀ ଥିଲେ। କିନ୍ତୁ ଭିତ୍ତି ପ୍ରସ୍ତରର ଏକ ବର୍ଷରୁ ଊର୍ଦ୍ଧ୍ବ ବିତି ଯାଇଥିବାବେଳେ ବୟନିକା ମେଗା ଶୋ’ରୁମ କାର୍ଯ୍ୟାଳୟ ଭିତ୍ତି ପ୍ରସ୍ତରରେ ହିଁ ରହିଯାଇଛି। ଜିଲ୍ଲାବାସୀ ବୟନିକା ମେଗା ଶୋରୁମ ଖୋଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି କଲେଣି। ଇତି ମଧ୍ୟରେ ସରକାର ମଧ୍ୟ ପରିବର୍ତ୍ତନ ହୋଇ ସାରିଥିବାବେଳେ ଏହି ବୟନିକା ମେଗା ଶୋରୁମ କାର୍ଯ୍ୟ ଆଗେଇବ ନା ଅଟକି ରହିବ ତାହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ଏନେଇ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେରଙ୍କୁ ପଚାରିବାରୁ ଶୋରୁମ ପାଚେରୀ ପାଇଁ ଅର୍ଥ ବ୍ଲକ କାର୍ଯ୍ୟାଳୟକୁ ଆସିଛି ବୋଲି ପ୍ରକାଶ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories