Patra electronics

ପିଇବା ପାଣି ସମସ୍ୟା ସମାଧାନ ପାଇଁ ଜିଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ବୌଦ୍ଧ: ପିଇବା ପାଣି ସମାଧାନ ପାଇଁ ଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ବୌଦ୍ଧ ବ୍ଲକ ବହିରା ଗ୍ରାମ ପଞ୍ଚାୟତ ପୁରୁଣାବହିରାର ଗ୍ରାମରେ ଦୀର୍ଘ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି। ଖାଲି ସେତିକି ନୁହେଁ ଗ୍ରାମରେ ରାସ୍ତା ସମସ୍ୟା ମଧ୍ୟ ରହିଛି ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।

ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଏହାର ସମାଧାନ ନ ହେବାରୁ ଆଜି ସମାଜସେବୀ ସୁଶାନ୍ତ ବାଘଙ୍କ ନେତୃତ୍ୱରେ ବୌଦ୍ଧ ଜିଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି। ଏହି ଅବସରରେ ମହିଳାମାନେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗ୍ରାମର ମହିଳା ସ୍ୱୟଂ ସହାୟକ ଦଳ। ଦୀର୍ଘ ଦୁଇବର୍ଷ ହେବ ଘର ସମ୍ମୁଖରେ ଷ୍ଟାଣ୍ଟ ପୋଷ୍ଟ ଲାଗିଛି ହେଲେ ପାଣି ଆସୁନାହିଁ। ଅନ୍ୟ ଗ୍ରାମ ଗୁଡିକୁ ପାନୀୟ ଜଳ ଯୋଗାଣ ହେଉଥିଲେ ମଧ୍ୟ ପୁରୁଣା ବହିରା ଗ୍ରାମକୁ ଏପର୍ୟ୍ୟନ୍ତ ପାଣି ଆସୁ ନାହିଁ । ପ୍ରବଳ ତାପମାତ୍ରା ଯୋଗୁଁ ଖରା ବଢୁଥିବା ଯୋଗୁଁ ପାନୀୟ ଜଳ ସଂକଟ ଦେଖା ଦେଉଛି । ପାନୀୟ ଜଳ ସମସ୍ୟା ନଳକୁପ ଦ୍ଵାରା ଠିକରେ ପୂରଣ ହୋଇ ପାରୁନାହିଁ । ତେଣୁ ଜିଲା ପ୍ରଶାସନ ପାନୀୟ ଜଳର ତୁରନ୍ତ ବ୍ୟବସ୍ଥା କରନ୍ତୁ । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Comments are closed.