ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା-ଦେବଗଡ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛି। ମୃତକ ଜଣକ ବାମଣ୍ଡା ଗ୍ରାମର ପପୁନ ସେଠୀ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ କନକପୁର ଗ୍ରାମର ରାଜ କିଶୋର ମୁନା ଗୁରୁତର ହୋଇଛନ୍ତି। ଗୁରୁତର ମୁନାଙ୍କୁ ପ୍ରଥମେ ବୌଦ୍ଧ ମେଡିକାଲ ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲା କନକପୁର ଗ୍ରାମର ରାଜ କିଶୋର ମୁନା ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାମଣ୍ଡା ଗ୍ରାମର ପପୁନ ସେଠୀ ଆଉ ଏକ ବାଇକ ଯୋଗେ ଆସୁଥିବା ବେଳେ ବଘିଆପଡ଼ା-ଦେବଗଡ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପପୁନ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ କିଶୋରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

Comments are closed.