www.samajalive.in
Sunday, December 7, 2025
23.1 C
Bhubaneswar

ଭୂମିହୀନକୁ ୨ ଏକର ଚାଷ ଜମି ଓ ୧୦ ଡେସିମିଲ ଘର ଡିହ ଦାବି କଲା ପାଣ-ଗଣ୍ଡା ବିକାଶ ପରିଷଦ

ବୌଦ୍ଧ: ବୌଦ୍ଧ ଜିଲା ପାଣ-ଗଣ୍ଡା ବିକାଶ ପରିଷଦ ପକ୍ଷରୁ ସଂଗଠନର ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ବୁଧବାର ଅତିରିକ୍ତ ତହସିଲଦାରଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ପାଣ-ଗଣ୍ଡା ବିକାଶ ପରିଷଦ ପକ୍ଷରୁ ଗତ ବର୍ଷ ଜୁଲାଇ ମାସରେ ଭୂମିହୀନକୁ ୨ ଏକର ଚାଷ ଜମି, ୧୦ ଡେସିମିଲ ଘରଡିହ ଓ ସମସ୍ତ ବସ୍ତିକୁ ରାସ୍ତା ଯୋଗାଇ ଦେବା ଦାବିରେ ବୌଦ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଦାବିଗୁଡିକ ପ୍ରଶାସନ ପକ୍ଷରୁ ପୂରଣ କରାଯାଇ ନ ଥିବାରୁ ସଂଗଠନ ପକ୍ଷରୁ ବୁଧବାର ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ମନୋରଂଜନ ସୁନାଙ୍କ ସହିତ ଆଲୋଚନା କରିଥିଲେ। ଚଳିତ ଏପ୍ରିଲ ମାସ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ କରାଯିବାକୁ ଅତିରିକ୍ତ ତହସିଲଦାର ସଂଗଠନର କର୍ମକର୍ତ୍ତାଙ୍କୁ ସୂଚନା ଦେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଯଦି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆନଯାଏ। ସଂଗଠନ ପକ୍ଷରୁ ଜିଲାର ସମସ୍ତ ଆରଆଇ ଅଫିସ ଘେରାଉ କରିବା ସହିତ ଆନ୍ଦୋଳନ କରାଯିବ ବୋଲି ସଂଗଠନର ସଂପାଦକ ପ୍ରକାଶ କରିଛନ୍ତି। ଆଲୋଚନା ବୈଠକରେ ସଂଘର ସଭାପତି ରୋହିତ କହଁର, ଉପସଭାପତି ମକରଧ୍ୱଜ ମହାନନ୍ଦିଆ, ଦଶରଥ ବେହେରା, କହ୍ନେଇ ବାଦୀ, ସେବତୀ ବେହେରା, ରାମଚନ୍ଦ୍ର ତାଣ୍ଡେ, ମହାଦେବ କଲତାଙ୍କ ସମେତ ସଂଘର କର୍ମକର୍ତ୍ତାମାନେ ସାମିଲ ଥିଲେ।

 

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories